ପ୍ରଗତିବାଦୀର ପ୍ରତିଷ୍ଠା ଦିବସରେ ଯୋଗଦେଲେ କଳାହାଣ୍ଡି ସାମ୍ବାଦିକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ କାର୍ଯ୍ୟରତ ପ୍ରଗତିବାଦୀର ପ୍ରତିନିଧିମାନେ ବରିଷ୍ଠ ସାମ୍ବାଦିକ ଡିଜିଏମ କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର, କେସିଙ୍ଗା ପ୍ରତିନିଧି ଡମ୍ବରୁଧର ଭୋଇ, ମ.ରାମପୁର ପ୍ରତିନିଧି ଉଦ୍ଧବ ପଣ୍ଡା, କୋକସରା ପ୍ରତିନିଧି ଭଦ୍ରାଞ୍ଚଳ ନାଏକ, କଲମପୁର ପ୍ରତିନିଧି ଦୀପକ ସାହୁ ପ୍ରମୁଖ ପ୍ରଗତିବାଦୀର ୫୧ତମ ପ୍ରତିଷ୍ଠା ଦିବସ ତଥା ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇଛନ୍ତି। ପ୍ରତିବର୍ଷ ନଭେମ୍ବର ୮ ରେ ଏହି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପ୍ରଗତିବାଦୀ ପ୍ରତିଭା ପ୍ରତିଯୋଗୀତା ଭଳି କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଛି । ଆଜି ବରେଣ୍ୟ ପ୍ରଦ୍ୟୁମ୍ନ ବଳଙ୍କଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ପ୍ରଗତିବାଦୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଛି । କଳାହାଣ୍ଡି ଜିଲ୍ଲାର ପ୍ରଗତିବାଦୀ ପ୍ରତିନିଧିମାନଙ୍କୁ କାର୍ଯ୍ୟାଳୟ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ପରିସରରେ ପହଞ୍ଚି ପ୍ରଥମେ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିଛବିରେ ପୂଷ୍ପାଞ୍ଜଳି ଅର୍ପଣ କରିଥିଲେ । ପୂର୍ବାହ୍ନ ୧୦. ୩୦ ସମୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ଚାଲିବାର କାର୍ଯ୍ୟକ୍ରମ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.