ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗୀତା: ବରଗଡ଼ ରାଇଜିଂ ଷ୍ଟାର ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆଜି ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ମ୍ୟାଚ୍ ଟି ସକାଳ ଦଶ ଘଣ୍ଟା ତିରିଶ ମିନିଟ୍ ସମୟ ରେ ଏହି ମ୍ୟାଚ୍ ଟି ବରଗଡ଼ ରାଇଜିଂ ଷ୍ଟାର ଓ ମ,ରାମପୁର ଭୀମ ଭୋଇ ଦିବ୍ୟାଙ୍ଗ ଦଳ ମଧ୍ୟରେ ଖେଳା ଯାଇଥିଲା। ଟସ୍ ଜିଣି ମ.ରାମପୁର ଦଳ ଫିଲ୍ଡିଂ ନେଇଥିବା ବେଳେ ବରଗଡ଼ ରାଇଜିଂ ଷ୍ଟାର୍ ନିର୍ଦ୍ଧାରିତ ଓଭର୍ ରେ ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ମ.ରାମପୁର ଦଳ ୧୧୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାନ ଭଞ୍ଜନ ସ୍ୱାଇଁ, ସମ୍ମାନୀତ ଅତିଥି ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ, ଅଧ୍ୟକ୍ଷ ବିବେକାନନ୍ଦ ପବ୍ଲିକ ସ୍କୁଲ ଡ଼ ଶିବରାମ ନାୟକ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆମ୍ପେୟାର ଭାବେ ସାଇ ପ୍ରସାଦ ମହାରଣା ଓ ପ୍ରବୀଣ ଦୁବେ, ସ୍କୋରର ମଧୁ ସୂଦନ ମହାଲିକ ଓ ଧାରା ବିବରଣୀ ସୁଶାନ୍ତ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ। ମ୍ୟାଚ୍ ପରିଚାଳନା ରେ ହିତେନ୍ଦ୍ର ମହାନ୍ତି, ମିନେଶ୍ କୁମାର ସାହୁ, ସୁଶ୍ରୀ ସାହୁ, ପ୍ରଦୀପ ପଣ୍ଡା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ମ୍ୟାଚ୍ ଟି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆମ ଅଞ୍ଚଳ ରେ ପ୍ରଥମ ଥର ପାଇଁ ଆୟୋଜନ ହେଇ ଥିବାରୁ ମ୍ୟାଚ୍ ଦେଖିବାକୁ ସାଧାରଣ ରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଏଥି ସହିତ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଇଁ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପ୍ରତିଷ୍ଠାନ ତରଫରୁ ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.