ବାଲିଆ ଗ୍ରାମରେ ମା ଉତ୍ତର ମୁଖୀଙ୍କ ଠାକୁରାଣୀ ଯାତ୍ରା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ କେଏନ ପୁର ପଞ୍ଚାୟତ ଅନ୍ତର୍ଗତ ବାଲିଆ ଗ୍ରାମରେ ଥିବା ମା ଉତ୍ତର ମୁଖୀଙ୍କ ଠାକୁରାଣୀ ଯାତ୍ରା ଉଦଯାପିତ ହୋଇ ଯାଇଛି | ଏହି ଯାତ୍ରା ବରିଷ୍ଟ ସମାଜସେବୀ ଏନ ରାମଚନ୍ଦ୍ର ରେଡି ଓ ସରପଞ୍ଚ, ସମିତି ସଭ୍ୟା ଓ ଗ୍ରାମବାସୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ସାମ୍ମାନିତ ଅତିଥି ଭାବେ ଦୈତାରୀ ବେହେରା, ମୁଖ୍ୟ ବକ୍ତା ରୂପେ ହିନ୍ଦୀ ପ୍ରଚାର ସଭାର ଅଧକ୍ଷ ପ୍ରଫୁଲ କୁମାର ରଥ, କେଏନ ପୁର ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା, ସମିତି ସଭ୍ୟ ଶାରଳା ବେହେରାଙ୍କ ସହିତ କୋମଣ୍ଡ ସରପଞ୍ଚ ପୋଇରସି ସରପଞ୍ଚ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜ ଗୋପାକ ରାଓ, ତାରାତାରିଣୀ କଲେଜ ର ଆଧ୍ୟାପକ ଶ୍ରୀକାନ୍ତ ପଟ୍ଟନାୟକ, ସମସ୍ତ ପଞ୍ଚାୟତ ୱାର୍ଡ ସଭ୍ୟ, ସଭ୍ୟାମାନେ ଉପସ୍ଥିତ ରହି ଏହି ଯାତ୍ରାର ଉଦଘାଟନ କରିଥିଲେ | ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା | ଆଖ ପାଖ ଗାଁର ବହୁ ଜନ ସାଧାରଣ, ମହିଳା ଉପସ୍ଥିତ ହୋଇ ଏହି ଯାତ୍ରାକୁ ଦେଖିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.