ସୋନପୁର ଠାରେ ବିଜେଡ଼ିର ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ନୂଆ ଟାଉନହଲରେ ବିଜେଡ଼ିର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡ଼ିଶା ଶଙ୍ଖ ଭବନରୁ ଆସିଥିବା ମାଷ୍ଟର ଟ୍ରେନର ସଞ୍ଜୀବ ପୃଷ୍ଟି ଓ ଦେବାଶିଷ ସ୍ୱାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥଲେ ଏବଂ ଓଡ଼ିଶାର ବିକାଶର ବାର୍ତ୍ତା ପହଞ୍ଚାଇଥିଲେ। ଜିଲ୍ଲା ବିଜେଡ଼ି ସଭାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ବରଗଡ଼ ବିଧାୟକ ଦେବାଶିଷ ଆଚାର୍ଯ୍ୟ, ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ଉପ ସଭାପତି କଇରୁ ସ୍ୱାଇଁ, ବିଜେଡି ଟାଉନ ସଭାପତି ଜନ୍ମଞ୍ଜୟ ପାତ୍ର, ଛାତ୍ର ଜନତା ସଭାପତି ଶାଶ୍ଵତ ମିଶ୍ର, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ପାର୍ଟି ଅଫିସ ସଂପାଦକ ମାନଭଞ୍ଜନ ବେଦବାକ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବିଜେଡ଼ି ଯୁବ ନେତା ତଥା ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, ନୀଳାମ୍ବର ଶତପଥୀ, ଗୋପାଳ ବରେଇ, କାଉନସିଲର୍ ରାଜୁ ରାଓ, ମଧୁ ଓତା ଓ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ପୌର ପରିଷଦ କାଉନସିଲର ଯୋଗ ଦେଇଥିଲେ।ଦଳ ଭିତରେ ଏକତା, ଶୃଙ୍ଖଳା, ସମ୍ମନ୍ଵୟ ରକ୍ଷା କରି ନମ୍ର ହେବାକୁ ଓ ଓଡିଶାର ବିକାଶ ଦିଗରେ ଆହୁରି ଅଧିକ ସଂଖ୍ୟାରେ ସହଯୋଗ ର ହାତ ବଢ଼ାଇବାକୁ କର୍ମୀଙ୍କୁ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ବିଧାୟକ ଶ୍ରୀ ଆଚାର୍ଯ୍ୟ ଅନୁରୋଧ କରିଥିଲେ। ଏବଂ ଓଡ଼ିଶାର ଦ୍ରୁତ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ନିଜେ ଉତ୍ସାହିତ ହୋଇ ଲୋକଙ୍କ ଉତ୍ସାହ ବଢ଼ାଇବାକୁ ପରାମର୍ଶ ଦେଇଥଲେ। ଏହି ଶିବିରରେ ସୋନପୁର ପୌର ପରିଷଦର ସମସ୍ତ ୱାର୍ଡର ସକ୍ରିୟ ପୁରୁଷ ଓ ମହିଳା କର୍ମୀ ଓ ସୋନପୁର ବ୍ଲକର ୧ ନମ୍ବର ଜୋନ ଓ ୨ ନମ୍ବର ଜୋନ ର ନେତା ଓ କର୍ମୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.