ସଇଁତଳା ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ଧର୍ମଘଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳର ସଇଁତଳା ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୧୫ ଟି ଗ୍ରାମୀଣ ଡାକ ସେବକ ମାନେ ଉପସ୍ଥିତ ରହି ସଇଁତଳା ମୁଖ୍ୟ ଡାକଘର ସମ୍ମୁଖରେ ୫ ଟି ଦାବି ନେଇ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି। ଗ୍ରାମୀଣ ଡାକ ସେବକମାନଙ୍କ କାର୍ଯ୍ୟ ଦୈନିକ ୮ ଘଣ୍ଟା ସ୍ଥିର କରାଯାଉ, ଚାକିରୀର ୧୨ ବର୍ଷ ଆର୍ଥିକ ପଦୋନ୍ନତି, ଗ୍ରାଚୁଟି ୫ ଲକ୍ଷ, ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ, ସମାନ କାମକୁ ସମାନ ଦରମା, ସେବକମାନଙ୍କ ଅବସର କାଳୀନରେ ପେନସନ ପ୍ରଦାନ ଇତ୍ୟାଦି ଦାବି ଗୁଡିକ ଉଲ୍ଲେଖ ରହିଛି। ସେବକ ଦତ୍ତ ନାଗଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧର୍ମଘଟ ସରକାର ନ ମାନିଲା ଯାଏଁ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଧର୍ମଘଟରେ ଗ୍ରାମୀଣ ଡାକ ସେବକ ଶୈଲେନ୍ଦ୍ର ନାଗ, ଧର୍ମେନ୍ଦ୍ର ରଣା, ମାଥୁ ନାଗ,ପ୍ରିୟଙ୍କା ମିଶ୍ର, ମୋହନ ଭାଟି, ହେମସାଗର ମାଝୀ, ଭୂମିସୁତା ନାଗ, ସମୀକ୍ଷା ଦୋରା, କଳ୍ପନା ମାଝୀ, ସ୍ୱାଗତ ପାତ୍ର, ଉମାକାନ୍ତି ପଟେଲ, ପ୍ରିତମ ସାହୁ, ରଜନୀଗନ୍ଧା ମାଝୀ, ମହାଦେବ ନାଗ, ଅଞ୍ଜୁଳା ମାଝୀ, ଅମିତ କୁମ୍ଭାର , ସୌମା କରଣ, ଶୈଳେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଗ୍ରାମୀଣ ଡାକ ସେବକ ମାନେ ଧାରଣାରେ ସାମିଲ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.