ସୁବର୍ଣ୍ଣପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରମାନଙ୍କ ମନମାନି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ସୋମବାର ରାତିରେ ଏକ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୋନପୁର ପଟାଭାଡ଼ି ଅଞ୍ଚଳର ଜଣେ ବ୍ୟକ୍ତି ଙ୍କୁ ପୋର୍ଷ୍ଟ ମର୍ଟମ ପାଇଁ ମଙ୍ଗଳବାର ସକାଳ ଭୋର ରୁ ନେଇ ଦିନ ୧୨ ଟା ପର୍ଯ୍ୟନ୍ତ ଶବ ପଡି ରହିଥିବା ଯୋଗୁଁ ସ୍ଥାନୀୟ ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନର ଆମ୍ବୁଲାନ୍ସରେ ଶବ ଆଣିଥିବା ସଂସ୍ଥା ର ସଂପାଦକ ଉକ୍ତ ସମୟରେ ଡ଼୍ୟୁଟିରେ ଥିବା ଭେଷଜ ଡାକ୍ତର ଜିତାରାମ ବିଦ ଙ୍କୁ ନିବେଦନ କଲା ପରେ ମଧ୍ୟ ସେ ପୋର୍ଷ୍ଟମର୍ଟମ ୧.୩୦ ପରେ କରିବା ପାଇଁ କହିବା ପରେ ସଂପାଦକ ଶିବ ଶଙ୍କର ଡାକ୍ତରଙ୍କ ଉକ୍ତ କଥାରେ ବିରୋଧ କରିବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବ୍ୟବହାର କୌଣସି ଗୁଣ୍ଡାଗିରି ଠାରୁ କମ ନ ଥିଲା ଯାହାକି ଏହି ଘଟଣା ର ଭିଡିଓ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଏହା ପରେ ବହୁତ ଜନସାଧାରଣ ମଧ୍ଯ ସଂପୃକ୍ତ ଡାକ୍ତରଙ୍କ ଦୁର୍ବ୍ୟବହାରର ଶୀକାର ହୋଇ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏଠାରୁ ଅନୁମେୟ ସାଧାରଣ ଜନତା କିପରି ବ୍ୟବହାର ଓ ସ୍ବାସ୍ଥ୍ୟ ସେବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଉଥିବେ। ଏହା ପୂର୍ବରୁ ମଧ୍ୟ ଡାକ୍ତର ଜିତାରମ୍ ବିଦ ବିଭିନ୍ନ ବିବାଦରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବାବେଳେ ଜନସାଧାରଣ ଙ୍କ ଠାରୁ ମାଡ଼ ଖାଇ ବିଦା ହୋଇଥିଲେ। ତିନି ଥର ବଦଳି ପରେ ମଧ୍ୟ ସୋନପୁର ଡାକ୍ତରଖାନା ପ୍ରୀତି କଣ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ମାନେ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଜନସାଧାରଣରେ ବାରଂବାର ଦାବିମଧ୍ୟ ହେଉଛି। ସୋନପୁର ମୁଖ୍ୟ ଚିକିତ୍ସାଳୟର ବିଗତ କିଛି ବର୍ଷ ହେଲା ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ସଂପର୍କିତ ହେଉ ଅବା ଡାକ୍ତରଙ୍କ ନରସିଂହୋମ ପ୍ରିତି ଯୋଗୁଁ ରୋଗୀଙ୍କ ଜୀବନ ହାନି ଭଳି ଘଟଣା ସବୁବେଳେ ଚର୍ଚ୍ଚା ରେ ରହିଆସିଛି ସିନା ପ୍ରଶାସନିକ ପଦକ୍ଷେପ ଶୂନ୍ୟ ଯୋଗୁଁ ଅବସ୍ଥାରେ ସୁଧାର ଆସୁନାହିଁ। ତେଣେ ଜଣେଜଣେ ଡାକ୍ତର ଏଠାରେ ୨୦ବର୍ଷ ରୂ ଉର୍ଦ୍ଧ୍ବ ହେଲା ଏଠାରେ ରହି ନିଜ ପାତିଆରା ଜାହିରକରୀ ନିଜ ପୈତୃକ ସମ୍ପତ୍ତି ଭଳି ମାଡ଼ି ବସିଥିବା ଵେଳେ ନୂତନ ଭାବେ ଆସୁଥିବା ଡାକ୍ତର ମାନଙ୍କୁ ଅତ୍ୟଧିକ ଅଫିସ କାମ ସହ ରାତ୍ରୀ ଡିଉଟି ଦେଇ ନିଜ ଅଧୀନରେ ଖଟାଉଥିବା ଯୋଗୁଁ ଅଗତ୍ୟା ସେମାନେ ଏଠାରୁ ବଦଳି ହୋଇ ଚାଲିଯିବା ପାଇଁ ଶ୍ରେୟ ମଣୁଛନ୍ତି। କୌଣସି ଅପ୍ରିତୀକର ପରିସ୍ଥିତି ଉପୁଜିବା ପୂର୍ବରୁ ସମ୍ପୃକ୍ତ ଭେଷଜ ଡାକ୍ତର ଜିତାରମ ବିଦ୍ ଙ୍କ ସହ ଦୀର୍ଘଦିନ ହେଲା ପଦବୀ ମାଡି ବସିଥିବା ଡାକ୍ତର ମାନଙ୍କୁ ଜିଲ୍ଲା ପାର ବଦଳି ପାଇଁ ଜନସାଧାରଣ ତଥା ବୁଦ୍ଧିଜୀବି ଦୃଢ଼ ଦାବୀ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.