ଥୁଆମୂଳ ରାମପୁର ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଲ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ-ଓ-ଯୁବ ଓଡିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ଅଲମ୍ପିକ ଏସୋସିଏସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗମୋହନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ନେହେରୁ ଯୁବକେନ୍ଦ୍ର ଭବାନୀପାଟଣାର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଏବଂ ସମ୍ମାନିତ ଅତିଥି ଭାବରେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ଶିକ୍ଷକ ତଥା ଗାୟକ ଯଦୁମଣି ନାଏକ,ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଦାତା ଗଣେଶଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ଦେବା ସହ ନଡିଆ ଭାଙ୍ଗି ଉଦଯାପନୀ ଦିବସରେ ଆମନ୍ତ୍ରିତ ଅତିଥି ଗଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ଏବଂ କ୍ରୀଡାକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାଂସ୍କୃତିକ ବିଭାଗରେ ୩୦ ଏବଂ କ୍ରୀଡା ବିଭାଗରେ ୨୮ ଗୋଟି ପ୍ରତିଯୋଗିତା ହୋଇଥିଲା। ଯେଉଁଥିରେ ୪୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ବିଜେତା ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିବା ବେଳେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମର ସାଂସ୍କୃତିକ ନୋଡାଲ ଅଧିକାରୀ ଅଧ୍ୟାପକ ବବୃବାହାନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବା ବେଳେ ଆୟୋଜିତ ବିଭିନ୍ନ କ୍ରୀଡାର ପରିଚାଳନା କରିଥିଲେ କ୍ରୀଡା ନୋଡାଲ ଅଧିକାରୀ ବନବିହାରୀ ପରିଡ଼ା।କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟର ଅଧ୍ୟାପକ ଅଶୋକ ପଟ୍ଟନାୟକ ମଞ୍ଚାସୀନ ସମସ୍ତ ଅତିଥି ଗଣଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ସରୋଜ କୁମାର ପଟ୍ଟଯୋଷୀ,ଊଦ୍ଧବ ବାରିକ, ଶେଖ୍ ଅଖତର୍, ସତ୍ୟ ନାରାୟଣ ଦାଶ, ପ୍ରଶାନ୍ତ କୁମାର ମୁଣ୍ଡଛିନା, ସନାତନ ନାଏକଙ୍କ ସମେତ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.