ଷ୍ଟେଟ୍ ଓପନ୍‌ ଟାଏକୋଣ୍ଡୋ ଚାମ୍ପିଅନସିପରେ ଜୁନାଗଡର କଳା ବିକାଶ କେନ୍ଦ୍ରର ସଫଳତା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବ୍ରହ୍ମପୁର ଠାରେ ଷ୍ଟେଟ ଓପନ୍‌ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍ ୨୦୨୩ ଅନୁଷ୍ଠିତ ହୋଇଥିଲା। ସେଠାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ କଳା ବିକାଶ କେନ୍ଦ୍ର ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ସଫଳତା ଆଣିଛନ୍ତି। ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୫୪ ଜଣ ପ୍ରତିଯୋଗୀ ସହ କଳା ବିକାଶ କେନ୍ଦ୍ର ର ୯ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି କଳା ବିକାଶ କେନ୍ଦ୍ର ର ଛାତ୍ରଛାତୀ ଦୁଇ ଟି ସ୍ବର୍ଣ୍ଣ ତିନି ରୌପ୍ୟ ତିନି କାଂସ୍ୟ ପଦକ ହାସଲ କରିଛନ୍ତି। ୮ ରୁ ୧୧ ବର୍ଷ ବୟସ ପୁରୁଷ ବିଭାଗ ରେ ୨୧ ରୁ ୨୩ କିଲୋ ବର୍ଗ ରେ ଅଜୟ କୁମାର ପାଢ଼ୀ, ଦିନେଶ୍ ଦଲେଇ, ପ୍ରିୟାଅଂଶୁ ପ୍ରଧାନ, (ବ୍ରୋଞ୍ଚ୍ ପଦକ), ସ୍ବୟମ ଶିବ ଯୋଶୀ, ଦୀପେଶ୍ ଦଲେଇ (ସିଲଭର୍ ପଦକ) ତନ୍ମୟ ଦେ, ଅଂଶୁମାନ ପୁଞ୍ଜି (ଗୋଲ୍ସ ପଦକ) ଓ ୧୨ରୁ ୧୪ ବୟସ ୪୧ 2 ୪୫ କେଜି ବର୍ଗରେ ଜିତେନ୍ଦ୍ର ଅଗ୍ରୱାଲ (ବ୍ରୋଞ୍ଜ ପଦକ) ଓ ସ୍ବସ୍ତିକ ସରାବ (ଗୋଲ୍ସ ପଦକ) ପାଇ ବିଜୟୀ ହୋଇଛନ୍ତି। ଏହି ସମସ୍ତ ବିଜେତା ଛାତ୍ରଛାତ୍ରୀଙ୍କୁ କଳା ବିକାଶ କେନ୍ଦ୍ରର ଅଭିଭାବକ ଓ ପରିଚାଳକ ମାନସ ରଞ୍ଜନ ସେଠି ଙ୍କ ତରଫରୁ ଭବ୍ୟ ସ୍ବାଗତ୍ ଜଣେଇବା ସହ ଉତ୍ସାହିତ କରିଥିଲେ। ଆଗାମୀ ଭବିଷ୍ୟତ ରେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ ବୋଲି କୋଚ୍ ବଲରାମ ଦୁର୍ଗା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.