ସୁବର୍ଣ୍ଣମେରୁ ମନ୍ଦିରର ହୁଣ୍ଡି ଚୋରୀ ଘଟଣାରେ ଦୁଇ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟ ଦେବ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିରରୁ ଗତ ସୋମବାର ରାତି ରେ ଦାନ ବାକ୍ସ ଚୋରୀ ହୋଇଯାଇଥିବା ନେଇ ପୂଜକ ଏବଂ ମନ୍ଦିର କମୀଟି ପକ୍ଷରୁ ଥାନାରେ ମଙ୍ଗଳବାର ସକାଳୁ ଅଭିଯୋଗ ହୋଇଥିଲା। ଏହି ଭଳି ଏକ ସମ୍ବେଦନଶୀଳ ଘଟଣା ରେ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାସୀନି ମେହେରଙ୍କ ନେତୃତ୍ଵରେ ଏକ ସ୍ପେଶାଲ୍ ସ୍କ୍ୱାର୍ଡ ତୁରନ୍ତ ସକାଳେ ସହରରେ ଛାନ ଭିନ କରି ଘଟଣା ରେ ସାମିଲ ଥିବା ଦୁଇ ଜଣ ସନ୍ଦିଗ୍ଧ ଯୁବକ ଧୀବର ପଡାର ଇଶ୍ଵର ଅଧିକାରୀ (୨୪) ଓ ମଝିପଡା ର ସାୟଦ ନସିବ ଅଲ୍ଲି (୨୪) ଙ୍କୁ ଉଠାଇ ଆଣି ଅଟକ ରଖି ପଚରା ଉଚୁରା ଜାରୀ ରଖିଥିଲା। ପରେ ଡଗସ୍ ସ୍କ୍ୱାର୍ଡ ର ସନ୍ଧନୀ କୁକୁର ମଧ୍ୟ ଅଭିଯୁକ୍ତଙ୍କ ଉପରେ ମାଡି ବସିଥିଲା। ପରେ ଏମାନଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଆହୁରି କିଛି ଯୁବକଙ୍କୁ ପୋଲିସ ଖୋଜୁଥିବା ଓ ଚୋରୀ ଜିନିଷ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ଜଣାପଡିଛି। ସୋନପୁର ମହିଳା ପୋଲିସ ଥାନା ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ ପୋଲିସ ଉପରେ ସହର ବାସି ଙ୍କ ଭରସା ବୃଦ୍ଧି ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.