ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଦୈତାରୀ ମାଝି ରାୟଗଡ଼ା ଜିଲ୍ଲାରେ ଇତିହାସ ରଚିଲେ | ଚାଳିତ ମାସ ୩ତାରିଖରୁ ୮ତାରିଖ ମଧ୍ୟରେ କେନ୍ଦୁଝର ଜିଲ୍ଲା ଧରଣୀଧର ଖେଳ ପଡ଼ିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଚାରୋଟି ଖେଳରେ ଭାଗ ନେଇ ଜିଲ୍ଲାପାଇଁ ଇତିହାସ ରଚିଛନ୍ତି | ସେ ୬୦୦ମିଟର ଦୌଡ଼କୁଦରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ, ୮୦ ମିଟର ହଡ଼ର୍ଲସରେ ପ୍ରଥମ ସ୍ଥାନରେ ରହି ପୂର୍ବ ରେକର୍ଡ଼ ୧୪:୮୯ ମଇକ୍ରୋ ସେକେଣ୍ଡ କୁ ଭାଙ୍ଗି ୧୨:୩୩ ମଇକ୍ରୋ ସେକେଣ୍ଡ ରେ ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲାରେ ଇତିହାସ ରଚିଛନ୍ତି, ୨୦୦ ମିଟର ଦୌଡ଼କୁଦରେ ଦ୍ୱିତୀୟ ସ୍ଥାନରେ ରହି ରୁପ୍ୟ ସ୍ବର୍ଣ୍ଣ ପଦକ, ୪୦୦ ମିଟର ଦୌଡ଼କୁଦରେ ଦ୍ୱିତୀୟ ସ୍ଥାନରେ ରହି ରୁପ୍ୟ ସ୍ବର୍ଣ୍ଣ ପଦକ ଭଳି ଅପୂର୍ଵ ମାନ୍ୟତା ପାଇ ଫେରିଛନ୍ତି | ତାଙ୍କୁ ରାୟଗଡ଼ା ଫେରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝି ଏବଂ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଣୀ ଶାନ୍ତିଲତା ମୁନି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ତାଙ୍କ କ୍ରୀଡ଼ା କୋଚ ସ୍ୱଧିନ କୁମାର ଦାସ ଙ୍କୁ ସାଧୁବାଦ ଜଣାଇଛନ୍ତି | ଦୈତାରୀ ମାଝି ଏହି କୃତିତ୍ୱ ପାଇବା ପରେ ନିଜ କୋଚ ଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚୁମକି ପାଣି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଏହି ସଫଳତା ପରେ ଦୈତାରୀଙ୍କୁ ଅନେକ ଲୋକଙ୍କ ସୂବେଚ୍ଛା ଓ ଶୁଭ କାମନାର ଶୁଅ ଛୁଟିବାରେ ଲାଗିଛି |





