ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଛାତ୍ରୀ ପୋଡି ହେବା ଘଟଣା: ସିଡିଏମଓଙ୍କ ବୟାନକୁ ନେଇ ତାତିଲା ବିଜେପି, ଘଟଣାକୁ ସାଧାରଣ କହିଥିଲେ ସିଡିଏମଓ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ‘ଯୁବ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ଶେଷ ହୋଇଯାଇଥିବା ବେଳେ ରାୟଗଡା ରାଜନୀତି ଏକ ପ୍ରକାର ସରଗରମ ହୋଇଛି । ଶାସକ ବିଜେଡି ଦଳର ଦଳୀୟ କାର୍ଯ୍ୟକ୍ରମ ବୋଲି ବିରୋଧୀ କଂଗ୍ରେସ ଜିଲ୍ଳା ଓ ରାଜ୍ୟ ପ୍ରଶାସନ ଉପରେ ବର୍ଷିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଠେଲାପେଲାରେ ଗରମ ତେଲରେ ପଡି ଗୁରୁତର ହୋଇଥିବା ଛାତ୍ରୀଙ୍କ କ୍ଷତକୁ ନେଇ ସାଧାରଣ ବିଷୟ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାଏଙ୍କ ବୟାନକୁ ନେଇ ତାତିଛି ରାୟଗଡା ଜିଲ୍ଳା ଭାରତୀୟ ଜନତା ପାର୍ଟି (ବିଜେପି) । ଆଜି ଏ ନେଇ ବିଜେପି ରାୟଗଡା ନଗର କମିଟି ସଭାନେତ୍ରୀ ଶ୍ରୀମତି ମଂଜୁଳା ମିଣିଆକାଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବରେ ଘଟିଥିବା ଅବ୍ୟବସ୍ଥାର ତଦାରଖ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେପି ନେତୃମଣ୍ଡଳି ଜିଲ୍ଳାପାଳଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମରେ ଅବ୍ୟବସ୍ଥା କଣ ପାଇଁ ହେଲା ଏହାର ତଦାରଖ କରିବା ସହ ସିଡିଏମଓଙ୍କ ଦାୟିତ୍ୱହୀନ ବୟାନ ପୀଡିତଙ୍କ ପରିବାର ଓ ଜନସାଧାରଣଙ୍କ ହୃହୟକୁ କଠୋରଘାତ କରିଥିବା ହେତୁ ସର୍ବସାଧାରଣରେ ସିଡିଏମଓ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଥିଲେ । ତେବେ ଏହା ଏକ ଅଭାବନୀୟ ଘଟଣା ହୋଇଥିବା ବେଳେ ସିଡିଏମଓଙ୍କ ବୟାନକୁ ନେଇ ମୁୁଁ କ୍ଷମା ମାଗୁଛି ବୋଲି କହିଥିଲେ ଜିଲ୍ଳାପାଳ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ ଓ ଜଳଖିଆ ବ୍ୟବସ୍ଥା ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ବଂଟନରେ ବିଳମ୍ବତା ହେତୁ ଛାତ୍ରଛାତ୍ରୀମାନେ ଖାଦ୍ୟ ଷ୍ଟଲ ନିକଟରେ ଗହଳି କରିଥିଲେ । ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ବୋଲି ବିଜେପି ନେତୃମଣ୍ଡଳିକୁ ଜିଲ୍ଳାପାଳ କହିଥିଲେ । ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଦୀପାଂଜଳି ନାୟକ ଖାଦ୍ୟ ଷ୍ଟଲ ନିକଟରେ ଠେଲାପେଲାରେ ତାଙ୍କ ଗୋଡ ଉପରେ ଗରମ ତେଲ ପଡି ଆହାତ ହୋଇଥିବା ବେଳେ ଗୁଣପୁର ସ୍ଥିତ ଥାୟାରାମା ମହିଳା ମହାବିଦ୍ୟାଳୟର ଛାତ୍ରୀ ମେନେକା ଶବର ନାମକ ଛାତ୍ରୀ ଅଣନିଶ୍ୱାସୀ ହୋଇ ପଡିଯାଇଥିଲେ । ଉଭୟଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଗୋଡରେ ତେଲ ପଡିଯାଇଥିବା ଛାତ୍ରୀ ଦୀପାଂଜଳିର ଚିକିତ୍ସାରେ କେବଳ ସାଲାଇନ୍ ଲଗାଇ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଥିବା ବିଜେପି ପକ୍ଷରୁ ଅଭିଯୋଗ ଉଲ୍ଳେଖ ହୋଇଛି । ଉଭୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିବା ବେଳେ ସିଡିଏମଓ ଶ୍ରୀ ରାଉତରାଏ ଘଟଣାକୁ ଏକ ସାଧାରଣ ବୋଲି ଗଣମାଧ୍ୟମକୁ କହିଥିବା ଉଲ୍ଳେଖ କରାଯାଇଛି । ସିଡିଏମଓଙ୍କ ଏଭଳି ବୟାନକୁ ନିନ୍ଦା କରିଛି ବିଜେପି । କାର୍ଯ୍ୟକ୍ରମରେ ୧୫ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ ବ୍ୟବସ୍ଥା ହୋଇ ନ ଥିବାରୁ ପ୍ରାୟ ୪ହଜାର ପିଲା ଖାଇବାକୁ ପାଇ ନ ଥିବା ବିଜେପି ଅଭିଯୋଗ କରିଛି । ଏପରିକି ତେଲ ପଡି ଆହାତ ହୋଇଥିବା ଛାତ୍ରୀ ଦୀପାଂଜଳିଙ୍କ ପର୍ଯ୍ୟବେକ୍ଷଣ ପାଇଁ ଏକ ୱାର୍ଡେନକୁ ନିୟୋଜିତ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିବା ବେଳେ ଥଣ୍ଡା ଶୀତରେ ଉଭୟ ଛାତ୍ରୀ ଥରୁଥିବା ଦେଖିବାକୁ ମିଳିଥିଲା । ପରେ ଖବର ପାଇ ବିଜେପି ନଗର କମିଟି ସଭାନେତ୍ରୀ ଶ୍ରୀମତି ମଂଜୁଳା ଚାଦର,କମ୍ବଳ ନେଇ ଛାତ୍ରୀଙ୍କୁ ପ୍ରଦାନ କରିଥିଲେ ବୋଲି ଜିଲ୍ଳାପାଳଙ୍କୁ ଶ୍ରୀମତି ମିଣିଆକା କହିଥିଲେ । ବିଜେପି କରିଥିବା ପ୍ରଶ୍ନର ଉତର ଯଦି ଏକ ସପ୍ତାହ ମଧ୍ୟରେ ପ୍ରଦାନ ନ କରାଯାଏ ତେବେ ଜନଜାତି କମିଶନଙ୍କ ଦ୍ୱାରସ୍ଥ ହେବୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଳା ବିଜେପି କମିଟି ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନେତା ରଜତ ମାଦଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ଉଲାକା, ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ଲକ୍ଷ୍ମୀ ବୁରୁଡି, ଭାନୁମତି ମୁଦୁଲି, ଝରଣା ମହାନ୍ତି, ଅଜୟ ଚୁଏଲେଟ୍‌, ଉମେଶ ଖୋସଲା, ଚିତରଂଜନ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.