ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉଦଯାପିତ

ସମ୍ବର୍ଦ୍ଧିତ ହେଲେ ଅନେକ ବିଶିଷ୍ଟ ବ୍ୟକ୍ତି

ଲୋକନୃତ୍ୟରେ ଦୁଲୁକିଲା କଲାପାର ମଞ୍ଚ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ନର୍ଲାଠାରେ ଚାଲିଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ପାରମ୍ପରିକ ଘୁଡୁକା ସହ ଅନେକ ଲୋକନୃତ୍ୟର ତାଲେ ତାଲେ ଉଦଯାପିତ ହୋଇଯାଇଛି। ଗୁରୁବାର ଦିନ ନର୍ଲା ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା ମଶାଲ ଯାତ୍ରା। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଜୁନିୟର କଲେଜର ଭୂଗୋଳ ଅଧ୍ୟାପକ ସରୋଜ କାନ୍ତ ଜେନା, ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ଏନ୍ ଜଗଜ୍ଜିବନ ଚୌଧରୀ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ କଳାହାଣ୍ଡି ତଥା ନର୍ଲା ମାଟିର ସଂସ୍କୃତିକ ବିଭବ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଓ ଅନେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରଥମ ଅଧିବେଶନର ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଏବିଡିଓ ଦେବେନ୍ଦ୍ର ସାମଲ। ସେହିପରି ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି। ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ଏନ୍ ଜଗଜ୍ଜିବନ ଚୌଧରୀ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସମିତି ସଭ୍ୟ ସଭ୍ୟା ସଂଘ ସଭାପତି ଜୟ ମେହେର, କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘ ସଂପାଦକ ଦେବେନ୍ଦ୍ର ସା, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଅତିଥିବୃନ୍ଦ। ଏହି ଅବସରରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ପ୍ରାଧ୍ୟାପକ ଘନଶ୍ୟାମ ବେହେରା ଓ ନଳିନୀ କାନ୍ତ ରଣା, ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଓ ରୋମାଞ୍ଚଳ ଭୋଇ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର, ଅଧ୍ୟାପକ ସରୋଜ କାନ୍ତ ଜେନାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାବିତ୍ ଯାଜ୍ଞସେନ ପଧାନ ସାନ୍ଧ୍ୟ ଅଧିବେଶନର ମଞ୍ଚ ପରିଚାଳନା କରିଥିବାବେଳେ ଗୋବିନ୍ଦ ତାଣ୍ଡି ସହଯୋଗ କରିଥିଲେ। କୃଷି, ସ୍ବାସ୍ଥ୍ୟ, ମିଶନଶକ୍ତି ସହ ସମସ୍ତ ବିଭାଗର ଷ୍ଟଲ ଲାଗିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇ ଉଠିଥିଲା ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର କଳାପାର ମଞ୍ଚ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, କର୍ମଚାରୀ ଓ ବ୍ଲକ ଷ୍ଟାଫ୍ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.