ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ। ବିଇଓ ରଶ୍ମିତା ନେତମ, ଏବିଇଓ ଆଲୋରାଣୀ ହଳଦର, ଅମୋଜ କୁମାର ପଣ୍ଡା, ସୌଦାମିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସେଚନର ସଫଳ ଜଳ ବଣ୍ଟନ, ଜଳ ସଂରକ୍ଷଣ ଓ ଜଳ ଆବଣ୍ଟନ କ୍ଷେତ୍ରରେ ସୃଷ୍ଟି ହେଇଥିବା ମତାନ୍ତରର ଆପୋଷ ସମାଧାନ କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ପାଣି ପଞ୍ଚାୟତର ଲକ୍ଷେ ଓ ଉଦେଶ୍ୟ ଜ୍ଞାପନ କରି ଜଳ ପରିଚାଳନା କ୍ଷେତ୍ରରେ ପାଣି ପଂଚାୟତ ଗୁରୁତ୍ୱ ପୂର୍ଣ୍ଣ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇ ଜଳ ପରିଚାଳନାରେ ଅଧିକ ସହାଭାଗିତା ହେବା ପାଇଁ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଜୟପାଟଣା, କଲମପୁର, ଜୁନାଗଡ଼, ଧର୍ମଗଡ, କୋକସରା ବ୍ଳକ ସମେତ ୧୧୧ ଗୋଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଓ ସଭ୍ୟସଭ୍ୟା ଉପସ୍ଥିତ ରହି ନିଜ ପାଣି ପଞ୍ଚାୟତରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଥିଲେ। ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ୍ଷଣ ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନେ ପ୍ରତିଶୃତି ଦେଇଥିଲେ। ଏଥିରେ ବିଦ୍ୟାଳୟ ସ୍ତରରେ ହେଇଥିବା ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଯନ୍ତ୍ରୀ ଈଶ୍ୱର ଚନ୍ଦ୍ର ନାୟକ, କ୍ଷେତ୍ର ମୋହନ ମୁର୍ମୁ, କଳାକାର ବାଗ, କେ ନାରାୟଣ ରାଓ, ଶୁଭେନ୍ଦ୍ର ସାହୁ, ପରମାନନ୍ଦ ନାଏକ, ସଂଘ ମିତ୍ର ସାହୁ, କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ମାଝୀ, ଶାନ୍ତନୁ ଲେଙ୍କା, ଅରୁଣ କୁମାର ପ୍ରଧାନ, ଆଦିତ୍ୟ ପଟ୍ଟନାୟକ, ରଘୁନାଥ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ।





