ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ସୋନପୁରର ପ୍ରମୁଖ ଦେବୀ ପୀଠରେ ପହଞ୍ଚିଲା ନିମନ୍ତ୍ରଣ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ୨୭ ତାରିଖରେ ସମ୍ବଲପୁରରେ ଉଦ୍ଘାଟନ ହେବାକୁ ଥିବା ମା ସମଲେଇ ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗଳବାର ସମ୍ବଲପୁରର ମା ସମଲେଇଙ୍କ ମନ୍ଦିରରୁ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀ, ମା ସମଲେଶ୍ଵରୀ, ଲଙ୍କେଶ୍ଵରୀ, ଖମ୍ବେଶ୍ୱରୀ, ମେଟାକାନି ଓ ତେଲଣ୍ଡା ରାମଚଣ୍ଡୀ ମାଙ୍କ ପାଖକୁ ନିମନ୍ତ୍ରଣ ପହଞ୍ଚିଛି। ସମଲେଇ ମନ୍ଦିରର ଏହି ପ୍ରତିନିଧି ଦଳଙ୍କ ନଡ଼ିଆ ଗୁଆ କଳସ ଓ ନିମନ୍ତ୍ରଣ ପତ୍ରକୁ ମା ସୁରେଶ୍ଵରୀଙ୍କ ମନ୍ଦିର ମୂଖ୍ୟ ଫାଟକ ଠାରେ ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କୀର୍ତ୍ତନ ସହ ମହିଳା ମାନଙ୍କ ଦ୍ବାରା ଭବ୍ୟ ସ୍ବାଗତ କରଯାଇଥିବା ବେଳେ ନିମନ୍ତ୍ରଣ ପୂର୍ବରୁ ପ୍ରଶାସନ ଓ ମନ୍ଦୀର କମିଟି ପକ୍ଷରୁ ସୁରେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା କରଯାଇଥିଲା। ଏଡିଏମ ସୂର୍ଯ୍ୟନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଂଜନ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ, ବୈକୁଣ୍ଠ ଶତପଥୀ ଓ ବହୂ ଭକ୍ତ, ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ସାମିଲ ଥିଲେ। ଡିପିଏମ ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ସମଲେଇ ମନ୍ଦିର କମିଟିର ଦୁଲାଲ ଚନ୍ଦ୍ର ରାୟ, ଶିଶିର କୁମାର ରାୟଗୁରୁ, କ୍ରିଷ୍ଣା ରାୟ, ଶିବରାମ ଥନାପତି, ଚମରୁ ନାଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.