ଭାଲୁର ମୃତଦେହ ଉଦ୍ଧାର

ଅସୁରକ୍ଷିତ ବନ୍ୟ ପ୍ରାଣୀ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ ରବିବାର ଦିନ କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମ ନିକଟସ୍ଥ କେନାଲରୁ ଆହତ ଅବସ୍ଥାରେ ଏକ ନୀଳଗାଈ ଉଦ୍ଧାର ହୋଇଥିବାବେଳେ ଆଜି ଧର୍ମଗଡ଼ ଫରେଷ୍ଟ ସେକ୍ସନ ଅଧିନ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା କୁମୁଡି ଡଙ୍ଗର ନିକଟରୁ ଏକ ଭାଲୁର ମୃତ ଦେହ ଉଦ୍ଧାର ହୋଇଛି। ଫଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳବାସୀ। ସୂଚନା ଅନୁସାରେ, ବୁଧବାର ସକାଳୁ ସର୍ଗିଗୁଡ଼ା କୁମୁଡି ଡ଼ଙ୍ଗରର ରାନ୍ଦନିସାଲ ନିକଟରୁ ଏକ ଭାଲୁର ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ବନପାଳ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତ ଦେହ ଉଦ୍ଧାର କରିବା ସହ ତା’ର ମୃତ୍ୟୁର କାରଣ ଖୋଜିଛନ୍ତି। ଅନ୍ୟପଟେ ଭାଲୁର କିଛି ସ୍ଥାନରେ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଲିଥିବାବେଳେ ମୃତ୍ୟୁକୁ ନେଇ ସଂନ୍ଦେହ ଜାତ ହୋଇଛି। ଏଣେ ନିକଟସ୍ଥ ଡଙ୍ଗରରେ ବେଆଇନ ପଥର ବ୍ଳାଷ୍ଟିଂରେ ବ୍ୟବହୃତ ହେଉଥିବା ବାରୁଦ ଗୁଣ୍ଡ ଓ ଅନେକ ରାସାୟନିକ ସାମଗ୍ରୀ ଯୋଗୁଁ ବନ୍ୟପ୍ରାଣୀର ଏଭଲି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ କେତେବେଳେ କଲରାପତରିଆ ବାଘଛାଲ ଜବତ ହେଉଛି ତ’ କେତେବେଳେ ବନ୍ଧୁକ ସହ ଶିକକରୀ, ଆଉ କେତେବେଳେ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ବନ୍ୟପ୍ରାଣୀ ଆହତ ଅବସ୍ଥାରେ ଉଦ୍ଧାର ହେଉଥିବା ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ଦିନକୁ ଦିନ କାଠ ମାଫିଆ ଓ ଶିକାରୀଙ୍କ ପାଦ୍ରୁଭାବ ଯୋଗୁଁ ପ୍ରାଣ ବିକଳରେ ଗାଁ ମୁହାଁ ହେଉଥିବା ବନ୍ୟପ୍ରାଣୀ ବନ ବିଭାଗର ଅପାରଗତାକୁ ପଷ୍ଟ ପ୍ରମାଣ କରୁଛି। ଏ ବିଷୟରେ ଧର୍ମଗଡ଼ ରେଞ୍ଜ ଅଫିସର ଭବାନୀ ଶଙ୍କର କାଉଁରଙ୍କୁ ପଚାରିବାରୁ ମୃତ ଭାଲୁର ଶବ ବ୍ୟବଚ୍ଛେଦ କରାଯାଇଛି, ତା’ର ସ୍ବାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଥିବା ସେ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.