ରାଜ୍ୟସ୍ତରୀୟ ଗ୍ଲୋରିଫେଷ୍ଟରେ ଫକୀରମୋହନ ବିଶ୍ବବିଦ୍ୟାଳୟର ସଫଳତା

ଆତ୍ମବିଶ୍ୱାସୀ ହୋଇ ନିଜ ଦକ୍ଷତାର ପରିପ୍ରକାଶ କଲେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ, କହିଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ପାଇଁ କେବଳ ଡିଗ୍ରୀ ପ୍ରମାଣ ପତ୍ର ପ୍ରଦାନ କରିବାର ଶିକ୍ଷାନୁଷ୍ଠାନ ହୋଇ ନରହୁ, ଏଥି ନିମନ୍ତେ ବିଶ୍ଵବିଦ୍ୟାଳୟ ସଦାସର୍ବଦା ସମସ୍ତ ବିଦ୍ୟାର୍ଥୀଙ୍କର ପାଠପଢା ସହ ସେମାନଙ୍କ ସାମଗ୍ରୀକ ବିକାଶ ପାଇଁ ଚିନ୍ତନ କରିଆସୁଛି। ଯାହା ଫଳରେ ବିଶ୍ଵବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇ ସୁନାମ ଅର୍ଜନ କରିପାରିଛନ୍ତି। ସେଥିପାଇଁ ଫକୀରମୋହନ ବିଶ୍ଵବିଦ୍ୟାଳୟକୁ ଏକ ବ୍ୟକ୍ତିତ୍ବ ନିର୍ମାଣର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ।

Omkar Vasthu
Omkar Vasthu

ନିକଟରେ ସମନ୍ୱିତ ଯୁବ ବିକାଶ କେନ୍ଦ୍ର ପୁରୀ ଦ୍ବାରା ଆୟୋଜିତ ୨୭ ତମ ଜାତୀୟ ସ୍ତରୀୟ ମଞ୍ଚ ଗ୍ଲୋରିଫେଷ୍ଟରେ ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୨ ଜଣିଆ ଦଳ ଭାଗନେଇ ସଫଳତା ହାସଲ କରିଛନ୍ତି। ଦଳରେ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦୁଇ ଜଣ ଛାତ୍ର ଜିଏସ ରଜତ ଦଳେଇ, ନୟନ ରଞ୍ଜନ ଦାସ, ସମାଜସେବା ବିଭାଗର ଛାତ୍ର ତପନ କୁମାର ବାରିକ, ରସାୟନ ବିଜ୍ଞାନ ବିଭାଗର ଛାତ୍ର ଅଭିଷେକ ରାଉତ ଓ ଛାତ୍ରୀ ନମିତା ହେମ୍ରମ ଭାଷା ସାହିତ୍ୟ ବିଭାଗର ଛାତ୍ରୀ ସସ୍ମିତା ବେହେରା ବ୍ୟବସାୟିକ ପରିଚାଳନା ବିଭାଗର ଛାତ୍ରୀ ସରିତା ନାୟକ, ମଧୁସ୍ମିତା ମିଶ୍ର, ଇପସିତା ଉପାଧ୍ୟାୟ, ସୁଚିସ୍ମିତା ଦାସ, ରାଜଶ୍ରୀ ନାୟକ ଦଳପତି ହିସାବରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଭୂଗୋଳ ବିଭାଗର ଅଧ୍ୟାପକ ଡକ୍ଟର ରବିନାରାୟଣ ବେହେରା ସାମିଲ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ଅବସରରେ ୧୫ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗ୍ରୁପ ଡିସକକସନ ପ୍ରତିଯୋଗିତାରେ ଛାତ୍ର ଜିଏସ ରଜତ ଦଳେଇ ଦ୍ବିତୀୟ, ଲାଇଟ ଭୋକାଲ ସଙ୍ଗୀତ ପ୍ରତିଯୋଗିତାରେ ଛାତ୍ରୀ ନମିତା ହେମ୍ରମ ତୃତୀୟ, କବିତା ଲିଖନ ପ୍ରତିଯୋଗିତାରେ ଛାତ୍ରୀ ସସ୍ମିତା ବେହେରା ଦ୍ୱିତୀୟ, ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ଛାତ୍ର ଅଭିଷେକ ରାଉତ ପ୍ରଥମ ଏବଂ ବିଶ୍ଵବିଦ୍ୟାଳୟ ଲୋକନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲା ତତସହିତ ଫକୀରମୋହନ ବିଶ୍ଵବିଦ୍ୟାଳୟ ଦଳକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଶୁଭେଚ୍ଛା ଅର୍ପଣ କରିବା ସହ ଫକୀରମୋହନ ଜୟନ୍ତୀ ଉପଲକ୍ଷେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ କକ୍ଷରେ ସମ୍ମାନିତ କରିଛନ୍ତି। କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ସହ ସମସ୍ତ ବିଭାଗ ମୁଖ୍ଯ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଅଧ୍ୟାପକ ଡକ୍ଟର ନିହାର ରଞ୍ଜନ ରାଉତ, ଅଧ୍ୟାପକ ଡକ୍ଟର ଅସୀମ ଅମିତାଭ ପ୍ରଧାନ, ଅଧ୍ୟାପକ ଡକ୍ଟର ସନ୍ତୋଷ ଅଗ୍ରୱାଲ, ଅଧ୍ୟାପକ ଡକ୍ଟର ଦେବଦତ୍ତ ଦାସ ଏବଂ ଅଧ୍ୟାପକ ତଥା ଦଳର ଦଳପତି ରବିନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଳ ବିଶ୍ଵବିଦ୍ୟାଳୟ ତରଫରୁ ଭାଗନେଇ ସଫଳ ହୋଇଥିବା ହେତୁ କୁଳପତି ପ୍ରଫେସର ତ୍ରିପାଠୀ ସମସ୍ତଙ୍କୁ ସମ୍ମାନିତ କରିଥିଲେ ଏବଂ ଆତ୍ମବିଶ୍ୱାସୀ ହୋଇ ନିଜର ଦକ୍ଷତାର ପରିପ୍ରକାଶ କଲେ ଛାତ୍ରଛାତ୍ରୀମାନେ ସଫଳତା ପାଇବା ସହ ଆଗକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ମତପୋଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.