ଗାଈଗୋରୁଙ୍କ ଉପରେ ମାଡିଗଲା ପିକପ୍ ଭ୍ୟାନ

୨ ବାଛୁରୀ ଓ ଗୋଟିଏ ଗାଈ ଗୁରୁତର; ଘଟଣା ସ୍ଥଳରୁ ଗାଡି ନେଇ ଡ୍ରାଇଭର ଫେରାର୍

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ରାସ୍ତା ଉପରେ ଥିବା ଗାଈଗୋରୁଙ୍କ ଉପରେ ମାଡିଗଲା ପିକପ୍ ଭ୍ୟାନ। ୩ ଗୋରୁ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ଗାଈର ଜୀବନ ସଙ୍କଟାପନ୍ନ ରହିଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଥୁଆମୂଳ ରାମପୁର ସଦର ମହକୁମାର ଦେଶୀ ମଦ ଭାଟି ନିକଟ ମୁଖ୍ୟ ରାସ୍ତା ଉପରେ। ସୂଚନା ଅନୁଯାୟୀ ଗୁରୁବାର ସଂଧ୍ୟା ୬.୧୫ ମିନିଟ ସମୟରେ ଥୁଆମୂଳ ରାମପୁର ଅଭିମୁଖେ ଆସୁଥିବା ଏକ ପିକପ୍ ଭ୍ୟାନ ଉକ୍ତ ସ୍ଥାନରେ ଥିବା ଗାଈଗୋରୁଙ୍କ ଉପରେ ମାଡିଯାଇଥିବା ଜଣାପଡିଛି। ଗାଡି ଟିକୁ କାବୁ କରିବା ପୁର୍ବରୁ ମଦ୍ୟପ ଡ୍ରାଇଭର ଗାଡିକୁ ନେଇ ଫେରାର୍ ମାରିଥିବା ଜଣାପଡିଛି। ଏହି ଗାଈଗୋରୁଙ୍କ ମାଲିକ ଏବଂ ଦୁର୍ଘଟଣା ଘଟାଇଥିବା ପିକପ୍ ଗାଡିର ପରିଚୟ ମିଳିପାରିନି। ଗାଈଗୋରୁଙ୍କ ସୁରକ୍ଷାରେ ମାଲିକ ମାନଙ୍କ ଅବହେଳା ସବୁବେଳେ ରହିଆସିଛି।  ଯାହାର ଫଳ ସ୍ବରୂପ ରାସ୍ତା ଘାଟ ପାଲଟିଛି ଗାଈଗୋରୁଙ୍କ ଆଶ୍ରୟ ସ୍ଥଳ।ସଚେତନତା ଅଭାବ ଯୋଗୁଁ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟିବା ସହିତ ଗାଈଗୋରୁଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.