ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ୟୁଥ୍ ଫର୍ ସୋସିଆଲ୍ ଡେଭେଲପମେଣ୍ଟର ଏମଓୟୁ ସ୍ୱାକ୍ଷର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସୋସିଆଲ ଓ୍ବାର୍କ ବିଭାଗର ସହଯୋଗରେ ‘ୟୁଥ୍ ଫର୍ ସୋସିଆଲ୍ ଡେଭେଲପମେଣ୍ଟ୍, ଓଡିଶା’ ସମାଜସେବୀ ସଂସ୍ଥାନ ସହ ଏକ ବୁଝାମଣାପତ୍ର ସ୍ଵାକ୍ଷର ସମାରୋହ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରର ସ୍ଵାକ୍ଷର ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ତରଫରୁ କୁଳସଚିବ କୁକୁମୀନା ଦାସ ଓ ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ ସଂସ୍ଥା ତରଫରୁ ସେକ୍ରେଟେରୀ ବିଭୁପ୍ରସାଦ ସାହୁ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଉଭୟ ଅନୁଷ୍ଠାନ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀଙ୍କୁ ମିଳିତ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗମାନକୁ ଉତ୍ତୋଳନ କରିବା ସହ ସମାଧାନର ସୂତ୍ର ଜନସାଧାରଣଙ୍କ ମଧ୍ଯରେ ସ୍ଥାପନ କରିବା ଏହି ବୁଝାମଣାପତ୍ରର ମୂଖ୍ଯ ଉଦ୍ଦେଶ୍ଯ ବୋଲି ସୂଚୀତ କରାଯାଇଥିଲା। ଗବେଷଣା, ସର୍ବେକ୍ଷଣ ଓ ତଥ୍ଯ ସଂଗ୍ରହ ଆଦି ଅନ୍ୟାନ୍ଯ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ଦୁଇ ଅନୁଷ୍ଠାନ ଉଭୟଙ୍କୁ ସହଯୋଗ ଯୋଗାଇ ଦେବା ସହ ଜାତୀୟ-ଆନ୍ତର୍ଜାତିକ ସ୍ତରର ଆଲୋଚନାଚକ୍ର ଗୁଡିକରେ ଅଂଶଗ୍ରହଣର ସୁଯୋଗ ଉତ୍ପନ୍ନ ହୋଇପାରିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଓ ସ୍ଥାୟୀ ବିକାଶର ଲକ୍ଷ୍ଯ ନେଇ ସୋସିଆଲ ସାଇନ୍ସ, ସୋସିଆଲ ଓ୍ବାର୍କ ଓ ପପୁଲେସନ ଷ୍ଟଡିଜ ଆଦି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ନିଜ ଇନ୍ଟରସିପ ଗ୍ରହଣ କରିବା ସହ ନିଜ ବୃତ୍ତିଗତ ଜ୍ଞାନ ଆହରଣ ପାଇଁ ଏହା ଏକ ଉକୃଷ୍ଟ ମାଧ୍ୟମ ହୋଇପାରିବ ବୋଲି ଶ୍ରୀ ବିଭୁପ୍ରସାଦ ସାହୁ ଉଲ୍ଲେଖ କରିଥିଲେ। ପପୁଲେସନ ଷ୍ଟଡିଜ ବିଭାଗର ଡ଼କ୍ଟର ଗ୍ରେସ୍ ବି ମୁଣ୍ଡୁ କାର୍ଯ୍ୟକ୍ରମର ସଂଯୋଜକ ତଥା ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରେଖା ରାଉତ ଓ ଆସିଷ୍ଟାଣ୍ଟ ପ୍ରଫେସର ସୁପ୍ରିୟା ରାଉତ ସଂଚାଳନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ୟୁଥ ଫର ସୋସିଆଲ ଡେଭେଲପମେଣ୍ଟର ସଦସ୍ଯ ଚନ୍ଦନ କୁମାର ସାହୁ ତଥା ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ମୁଖ୍ଯ, ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ବିଭୁପ୍ରସାଦ ସାହୁଙ୍କ ଦ୍ବାରା “ଚାଇଲ୍ଡ ଫ୍ରେନ୍ଡଲି ଇକୋସିଷ୍ଟମ ଏଣ୍ଡ ରୋଲ ଅଫ ସିଭିଲ ସୋସାଇଟି: ଏ କେସ ଫର ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ ଇନ୍ ଓଡିଶା” ବିଷୟବସ୍ତୁ ସମ୍ବନ୍ଧୀତ ଏକ ଏକ୍ସଟ୍ରା ମ୍ୟୁରାଲ ଲେକ୍ଚରର ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.