ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ସମବେଦନା ଜଣାଇଲେ କୋଣ୍ଡାବାବୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ଏକ ନିର୍ଦ୍ଦିଷ୍ଟ ବୈଦୁତିକ ଗଣମାଧ୍ୟମର ଜିଲ୍ଳା ପ୍ରତିନିଧି ଗଜମୋହନ ଗରଡିଆଙ୍କ ଗତ ଗୁରୁବାର ଦିନ ଜାନୁଆରୀ ୧୮ତାରିଖରେ ଅକାଳ ବିୟୋଗ ହୋଇଥିଲା । କଲ୍ୟାଣସିଂଙ୍ଗପୁରରେ ଥିବା ସ୍ୱର୍ଗତ ସାମ୍ବାଦିକ ଗଜମୋହନଙ୍କ ବାସଭବନରେ ଶୋକ ସନ୍ତପ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ରାୟଗଡା ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁ । ଆରପାରିରେ ଥିବା ସ୍ୱଗର୍ତ ଗଜମୋହନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାର ସଦସ୍ୟଙ୍କୁ ଦୁଃଖଦ ଘଡିରେ ଧର୍ଯ୍ୟ ଧରି ରହିବାକୁ ସାହାସ ଦେଇଥିଲେ । ଏଥିସହ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କୋଣ୍ଡାବାବୁଙ୍କ ସମେତ ବରିଷ୍ଠ ଆଇନଜୀବି ବିରଜା ପାତ୍ର,ଯୁବ ବିଜେଡିର ଜିଲ୍ଳା ସଂପାଦକ କେ.ଶ୍ରୀନିବାସ, ମୋହନ ବିଡିକା, ସୁଧାକର କରକରିଆ, ନାମଦେବ ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହି ସମବେଦନା ଜଣାଇଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.