ପୋଖରୀବନ୍ଧ ଠାରେ ଭାରତର ସର୍ବ ବୃହତ ହନୁମାନ ମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜନ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ସେଇ ମୂହୁର୍ତ୍ତ ଆସି ପହଞ୍ଚିଛି ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ଭାରତର କୋଟି କୋଟି ଜନତା। ଅଯୋଧ୍ୟାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପାଇଁ ଆଜି ହେଉଛି ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହାକୁ ନେଇ ସାରାଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିବାବେଳେ ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଠାରେ ଏହି ଉତ୍ସବକୁ ମହା ଆଡମ୍ବର ସହ ପାଳନ କରିଛନ୍ତି ଅଞ୍ଚଳବାସୀ। ଏହି ଅବସରରେ ପୋଖରୀବନ୍ଦ ଠାରେ ଭାରତର ସର୍ବ ବୃହତ ୧୮୧ ଫୁଟର ହନୁମାନ ମୂର୍ତ୍ତି ନିର୍ମାଣ କରିବାପାଇଁ ଭୂମି ପୂଜନ କରାଯାଇଛି। ପୋଖରୀବନ୍ଧ ଷ୍ଟୋନ କ୍ରସର ମାଲିକ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ସକାଳୁ ଶ୍ରୀରାମଙ୍କ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଭୂମିପୂଜନ ଉତ୍ସବରେ କର୍ତ୍ତା ଭାବରେ ଷ୍ଟୋନ୍ କ୍ରସର ମାଲିକ ରମେଶ ଚନ୍ଦ୍ର ସାହୁ ଦାଇତ୍ୱ ତୁଲାଇଥିବା ବେଳେ ପୂଜକ ପଞ୍ଚମୁଖି ହନୁମାନ ମନ୍ଦିର ସେବକ ନିତ୍ୟନନ୍ଦ ଦାସ ଓ ମାୟାଧର ଶତପଥି ପୂଜା ଦାଇତ୍ୱ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଖରୀବନ୍ଧ, ବିନାୟକପୁର, ଜାରିଂପଟା, ଇରକୁଳି, ମେଲଘୁଟୁ, ପୋଡ଼ା ଉମେର, କର୍ଲାକୁପା, ଲୋକନାଥପୁର, ତଥା ଗ୍ରାମ ପଞ୍ଚାୟତ ଅଞ୍ଚଳ ବିଭିନ୍ନ ଗାଁର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏଥିରେ ପୋଖରୀବନ୍ଧ ହନୁମାନ ବାଟିକା କମିଟର ସଦସ୍ୟ ଭବାନୀ ବଣୁଆ, ସନାତନ ବିଶି, ବିକ୍ରମ ବାରିକ, ଭାଗିରଥି ବାଣୁଆ, ମାୟାଧର ବେହେରା, ସଂକିର୍ତନ ବେହେରା,ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ତିରୁପତି ପାତ୍ରଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.