ନିଶିଗନ୍ଧା ତୁମେ ଅଟ ନିଶିଗନ୍ଧା
ଜୀବନର ନିଶିଗନ୍ଧା।
ଏତେ ଦିନ ଥିଲା କବିତା ହୃଦୟେ
ଆଜି ଜନ୍ମ ନିଶିଗନ୍ଧା।
ପିଲାଦିନୁ ମୋର ଆଶା ଥିଲା ମନେ
କରିବି ସମାଜ ସେବା।
କବିତା ହୂଦୟର କଥା ସାହିତ୍ୟ ନାମ
କବି ମାନଙ୍କୁ ଯୋଡିବା ।
ଗାଳି ଧମକ ସୁଣି ଛାତିକୁ ମୁଁ ପଥର
ସାଧାନାରେ ମନ ଦେଲି।
କବି ହେଲି ବୋଲି ମୁଁ ଭାବି ନଥିଲେ
ସାହିତ୍ୟ ରେ ମନ ଦେଲି।
ନିଶିଗନ୍ଧା ନାମେ ହୋଇ ତୁମେ ମୋର
ଏ’ ଜୀବନେ ହେଲ ବନ୍ଧା।
ତୁମ ଅପେକ୍ଷାରେ ଗଲା ପାଞ୍ଚ ବର୍ଷ
ନିଶିଗନ୍ଧା ଯେ ପ୍ରକାଶ।
ବଳରାମର ଯେ ଏତିକି ଆକାଂକ୍ଷା
ନିଶିଗନ୍ଧାର ବିକାଶ।
୭-୭-୨୦୧୫ ରୁ ଆମେଟି ବନ୍ଧା
ପୁଲକିତ ମନ ବାସେ।
ସାହିତ୍ୟଟି ବାସୁଛି ରାଜନିଗନ୍ଧା
ପୁଣି ନିଶିଗନ୍ଧା ବାସେ।
ରଜ ପହିଲିରେ ତୁମେ ଜନ୍ମ ନେଇ
ଜୁନୁ ୩୦ରେ ଘୋଷଣା।
ରଜରେ ସାହିତ୍ୟକୁ ସଜାଇ ଦେଇ
ରଥ ଦିନ ଉନ୍ମୋଚନ।
କେବେ ଆସିବ ଗଳ୍ପ କବିତାରେ
ଭରିବ ସମସ୍ତ ମନ।
ଜଗନ୍ନାଥଙ୍କ ଆଶୀର୍ବାଦ ପାଇ
ହେବ ଦେଶ ଟିରେ ନାମ।
ପତ୍ରିକା ଟିରେ ନାମ ହେଲ ଯେ ବନ୍ଧା
ଲୟରେ ସ୍ୱରର ଛନ୍ଦା।
ପ୍ରତିଶ୍ରୁତା ଦାଇତ୍ୱ ନେଇ ସରିତା
ଲଳିତା କୁ ରୀତା ସନ୍ଧ୍ୟା।
ଅନୁଷ୍ଠାନ ଟିଏ ଏକ ଗଢିବା ପାଇଁ
କରିଥିଲେ ମୁଁ ବିଚାର।
ମା ବିରଜାଇ ନିଶିଗନ୍ଧା ସାହିତ୍ୟ
ବିପଦରୁ ରକ୍ଷା କର ।
ସମସ୍ତଙ୍କୁ ସହିଯୋଗ ଏକ ନେଇ
କରିଛି ଏକ ବିଚାର ।
ସଭାପତି ବିଚାର ହେବ ବିଚାର
ଏ ମାନଙ୍କ ସହଯୋଗ।
ସରସ୍ୱତୀ ମା ମୋର କଣ୍ଠେ ବିରାଜ
ଗଢ ଅନୁଷ୍ଠାନ ଯୋଗ।
ଦୟା ରଖିଥିବୁ ମା ଲୋ ତୁ ବିରଜା
ଆଶୀର୍ବାଦ ତୋର ଦେଇ।
ଅଭାଗା ବଳରାମକୁ ଦୟା କରି
ନେବୁ ତୁହି ପାରି କରି।
ଦୁନିଆଁ ଆଗରେ ଠିଆ ହେବ ଆଜି
ଆମ ନିଶି ଗନ୍ଧା ରାଣୀ ।
କବିତା ଗପରେ ପୂର୍ଣ୍ଣ ହୋଇ ଯିବ
ସବୁ ପତ୍ରିକା କୁ ଗଣି।
ସରଳ ନୁହଇ ବକ୍ରରେଖା ହୋଇ
ମନରେ ଆଣିବା ପ୍ରେମ।
ସ୍ନେହର ଡୋରୀରେ ବାନ୍ଧି ହେ ଆମେ
ଶୁଭ ହେବ ପରିଣାମ ।
ମାରନ୍ତି କେତେ ମା ଟାହି ଟାପରା
ଶୁଣୁଛି ମୋର ଏ କର୍ଣ୍ଣେ।
ସୁଦୟା କରିବୁ ଜଗତ ଜନନୀ
ନ ହେଉ ସ୍ୱପ୍ନ ମୋ ଚୂର୍ଣ୍ଣ।