ବେହେରା ଠାରେ ଶ୍ରୀ ଶ୍ରୀ ସତ୍ୟାନନ୍ଦ ସତସଙ୍ଗ କେନ୍ଦ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଶ୍ରୀ ଶ୍ରୀ ସତ୍ୟାନନ୍ଦ ସତସଙ୍ଗ କେନ୍ଦ୍ର ଉଦଘାଟିତ ହେବା ସହିତ ଭଗବାନ କାଳୀକୃଷ୍ଣ, ଶ୍ରୀଗଣେଶ ଏବଂ ସଦ୍‌ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଗୁରୁ ମନ୍ଦିର ଜୟପୁରର ପୂଜ୍ୟ ଶ୍ରୀ ବଳଦେବାନନ୍ଦ ମହାରାଜ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ। ସ୍ଥାନୀୟ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ ଏହି ଶୁଭ ଅବସରରେ ଯୋଗଦେଇ ସମସ୍ତ ଭକ୍ତବୃନ୍ଦ ମାନଙ୍କୁ ଉତ୍ସାହିତ କରିଥିଲେ। କଳସଯାତ୍ରା, ପୂଜନ, ପ୍ରତିଷ୍ଠା, ହବନ ପ୍ରଭୃତି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଶ୍ରୀ ଶ୍ରୀକାନ୍ତ ଖମାରୀ ଓ ଆଚାର୍ଯ୍ୟ ଶ୍ରୀ ଅମୀୟ କୁମାର ପାଢ଼ୀ ପରିଚାଳନା କରିଥିବା ବେଳେ ପୂଜା କର୍ତ୍ତା ଭାବରେ ଜମିଦାତା ଶଙ୍କର ନାଏକ ଓ ସପତ୍ନୀ ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବେହେରା ଶାଖା ସଂଘ ଓ ଗ୍ରାମବାସୀ ସହଯୋଗ କରିଥିବାବେଳେ ମୂଖ୍ୟସଂଘ, ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା, ସତସଙ୍ଗ ପ୍ରେମୀ, ଶ୍ରଦ୍ଧାଳୁ ଭକ୍ତଗଣ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.