ଯୁକ୍ତ ତିନି ଶେଷବର୍ଷ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟର ପ୍ରାଣୀ ବିଭାଗ ତରଫରୁ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ପ୍ରାଚୀପ୍ରଭା କର ସଭାପତିତ୍ୱ କରି ସତ୍ୟ, ନିଷ୍ଠା, ଏକାଗ୍ରତା ରହିଲେ ସଫଳତାର ଶୀର୍ଷ ରେ ପହଞ୍ଚିପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ତର୍ପଣ କୁମାର ସାହୁ, ପ୍ରାଣୀ ବିଭାଗ ଅଧ୍ୟାପିକା ସୁଶ୍ରୀ ଶୁଭଲକ୍ଷ୍ମୀ ସାହୁ, ପ୍ରୟୋଗଶାଳା ପ୍ରଶିକ୍ଷକ ସ୍ୱର୍ଣ୍ଣପ୍ରଭା ନାୟକ, ପ୍ରୟୋଗଶାଳା ସହାୟିକା ସୁପ୍ରିୟା ରାଉତ, ପ୍ରୟୋଗଶାଳା ସହାୟକ ରବିନାରାୟଣ କର ପ୍ରମୁଖ ଯୋଗଦେଇଥିଲେ । ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯୁକ୍ତ ତିନି ଦ୍ୱିତୀୟ ଓ ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.