ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କୁଡ଼ାସିଂହା ଗ୍ରାମର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପରିସରରେ ୧୬ ପ୍ରହର ନାମଯଜ୍ଞ ସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଦେବରାଜ ବୁଡ଼େକ, ପଦ୍ମାଳୟା ବୁଡ଼େକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ | ପଣ୍ଡିତ ଉମାକାନ୍ତ ଖମାରୀ ପୂଜକ ତଥା ଜଗନ୍ନାଥ ଖମାରୀ ଜପକ ରହିଥିଲେ | ସମୁଦାୟ ୧୪ଟି ସଂକୀର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରିଥିଲେ | ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହୋଇଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





