ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରଜ ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଜନଶୁଣାଣି ଶିବିର ରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ବୁଝୁଥିଲେ। ଏହି ଜନଶୁଣାଣୀ ଶିବିର ରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ଗୁଡ଼ିକର ସମାଧାନ କରୁଥିବା ବେଳେ ଜୟପାଟଣା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମେଘାଲିପ୍ଟ ଜରିଆରେ ରବି ଚାଷ କରିଥିବା ଚାଷୀ ମାନଙ୍କ ର ଧାନ ବିକ୍ରୟ ନ ହେଉଥିବାରୁ ପଞ୍ଜିକରଣ ସମସ୍ୟା କୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଚାଷୀ ମାନଙ୍କ ର ସମସ୍ୟା ଶିଘ୍ର ସମାଧାନ ନ ହୁଏ ତାହେଲେ ଆଗାମୀ ଦିନରେ ଜୟପାଟଣା କଂଗ୍ରେସ କମିଟି ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଜୟପାଟଣା କଂଗ୍ରେସ କମିଟି ର ସଭାପତି ସୁଶିଲ କୁମାର ନାଏକ ସୁଚନା ଦେଇଛନ୍ତି।





