ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ

‘ସାମ୍ବାଦିକଙ୍କ ସୁରକ୍ଷା ଓ ସମ୍ମାନ ନିତାନ୍ତ ଜରୁରୀ’ 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ / ବଙ୍ଗୋମୁଣ୍ଡା (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ ଆଜି ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୩ତମ ବାର୍ଷିକ ଉତ୍ସବ ସମାରୋହ  ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବଙ୍ଗୋମୁଣ୍ଡା ଗାଁ ର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେନି ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା  ବରିଷ୍ଠ ସାମ୍ବାଦିକ ଟି. କ୍ରିଷ୍ଣା ପାତ୍ର, ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବଙ୍ଗୋମୁଣ୍ଡା ଅଞ୍ଚଳର ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ । ସାମ୍ବାଦିକ ମାନଙ୍କ ସୁରକ୍ଷା,ସମ୍ମାନ,ପେନସନ ପ୍ରଦାନ ପାଇଁ ଅତିଥି ମାନେ ଦାବି କରିଥିଲେ ।ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରସଂଶା କରିଥିଲେ । ସାମ୍ବାଦିକ ମାନେ ଗ୍ରାଉଣ୍ଡ ଜିରୋ କୁ ଯାଇ ସାଧାରଣ ଲୋକ ଙ୍କ ସମସ୍ୟା କୁ ପ୍ରଶାସନ ଓ ସରକାର ଙ୍କ ଠାରେ ଖବର ମାଧ୍ୟମରେ ପହଂଚାଇବା ପାଇଁ ଅତିଥି ମାନେ ଆହ୍ୱାନ କରିଥିଲେ । ସଂଘର ସାଧାରଣ ସମ୍ପାଦକ ହୁଲେଶ୍ୱର ହଂସ ସମ୍ପାଦକୀୟ  ବିବରଣୀ ପ୍ରଦାନ କରିଥିଲେ । ସଂଘ ପକ୍ଷରୁ  ଅତିଥି ମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ।ଖବର କାଗଜ ପାଠକ ଜଗଦା ତାଣ୍ଡି,ରେଡ଼ିଓ ଶ୍ରୋତା ଭକ୍ତବନ୍ଧୁ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ରଥ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ କୋଷାଧ୍ୟକ୍ଷ ଦୀପକ ଯାଦବ, ଉପଦେଷ୍ଟା ଅଶୋକ ଖମାରୀ, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ଦୀପକ ପାଣିଗ୍ରାହୀ, ନିତ୍ୟାନନ୍ଦ ପୃଷେଠ ଏବଂ ସ୍ବେଚ୍ଛାସେବୀ ଭକ୍ତବନ୍ଧୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.