ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ। ଏହିଦିନ ଭଗଵାନ ବିଷ୍ଣୁ, ମୋହିନୀ ଅବତାର ଧାରଣକରି ଭୋଳାନାଥ ଶିବଙ୍କୁ ମୋହିତ କରି ଥିଲେ। ଏଣୁ ଏହା ମୋହିନୀ ଏକାଦଶୀ ନାମରେ ଖ୍ୟାତ ହୋଇଛି। ପ୍ରଭୁ ଶ୍ରୀରାମ ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ- ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁଠିରେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇପାରିବ। ସୀତାଙ୍କ ବିୟୋଗରେ ମୁଁ ବହୁତ ଦୁଃଖ ଭୋଗ କରୁଛି। ଏହା ଶୁଣି ଗୁରୁ ବଶିଷ୍ଠ କହିଲେ ଆପଣ ଉଚିତ୍ ପ୍ରଶ୍ନଟିଏ ପଚାରିଛ। ଆପଣଙ୍କ ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଏବଂ ଶୁଦ୍ଧ ହୋଇଯାଇଥାଏ। ଏହା ଲୋକହିତ ପାଇଁ ସବୁଠୁ ଭଲ। ମୋହିନୀ ଏକାଦଶୀ ବ୍ରତ କରିବାଦ୍ୱାରା ମନୁଷ୍ୟର ସମସ୍ତ ପାପ ତଥା ଦୁଃଖ ଦୂର ହୋଇଥାଏ। ପୌରାଣିକ ଉପାଖ୍ୟାନ ଅନୁସାରେ, ଏହିଦିନ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ। କିନ୍ତୁ ମୋହିନୀ ଏକାଦଶୀ ବ୍ରତକଥାରେ ଜଣେ ଚଣ୍ଡାଳ ରାଜା ଓ ଆଉ ଜଣେ ମୋହିନୀ ରାଣୀଙ୍କ କାହାଣୀ ଅଛି। ଏହି ବ୍ରତ ଦ୍ୱାରା ମୋହ ଆଦି ସମସ୍ତ ପାପ ନଷ୍ଟ ହୋଇଯାଇଥାଏ।





