ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝୁଛନ୍ତି ନୂଆପଡା ବିଧାୟକ

ନୂଆପଡା,୨୦/୬ : ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ପରିଚିତ ନୂଆପଡା ଜିଲ୍ଲାରେ ବର୍ତମାନ କୃଷକଙ୍କ ସମସ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । କେତେକ ମଣ୍ଡି ରେ ଧାନ ପଡି ରହି ଗଜା ହେଲାଣି ତ ଆଉ କେଉଁଠି ଧାନ କୁ ଜଗି ରହି ଚାଷୀ କୁଳ ହତାଶ ହେଲେଣି । କେଉଁଠି  ଧାନକୁ ବର୍ଷା ରୁ ରକ୍ଷା କରିବା ପାଇଁ ତାଳ ପତରି (ତିରପାଲ)ମଧ୍ୟ ଯୋଗେଇ ଦିଆଯାଇ ନାହିଁ । ତେବେ ଏଭଳି ସମସ୍ୟା ଉପୁଜୁ ଥିବାରୁ ଚାଷୀ ଆନ୍ଦୋଳନ କରୁଛନ୍ତି । ରାସ୍ତା ରୋକ ହେଉଛି । ଚାଷୀ କୁଳଙ୍କ ହାତ କରଜ ଟଙ୍କା ଋଣ ବଢ଼ି ଚାଲି ଥିବା ବେଳେ ଧାନ ଉଠାଉ ଥିବା ମିଲର୍ସ ୫ ରୁ ୮ କେ ଜି ଧାନ କଟନି ଛଟନି ରେ କାଟି ଦେଉଛନ୍ତି ।ତେବେ ଏ ନେଇ ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିବା ପାଇଁ ପହଁଚୁଛନ୍ତି ଚାଷୀ କୁଳଙ୍କ ନିକଟକୁ । ବୁଧବାର ମାନ୍ୟବର ବିଧାୟକ ଓ ତାଙ୍କ ଟିମ ସି.ଏସ.ଓ ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀ ଯେ ପ୍ରତିଦିନ ର ଯାହା ଟାର୍ଗେଟ ତାହା ଠାରୁ ଅଧିକ ମାତ୍ର ରେ ଧାନ ଉଠାଇ ହାରାହାରି ୧୦ହଜାର କ୍ୱିଣ୍ଟାଲ ଧାନ ଅଧିକ ଉଠା ଯାଉ  ୧୯ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଧାନ ମଣ୍ଡି ରୁ ଯାହା ଫଳ ରେ ଚାଷୀ ଙ୍କ ଧାନ ଅଧିକ ପରିମାଣ ରେ ଉଠିବ ଓ ତାଙ୍କ ସମସ୍ୟା ର ସମାଧାନ ହେବ । ଯୁବ ନେତା ଟିଟୁ ପଣ୍ଡା, ଅବନୀ ଯୋଶୀ ପ୍ରମୁଖ ଏହି ସ୍ୱତନ୍ତ୍ର ଟିମରେ ବିଧାୟକ ଶ୍ରୀ ଢୋଲକିଆଙ୍କ ରହିଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.