ନର୍ଲା-ରୁପ୍ରାରୋଡ ଦେଇ ଭୁବନେଶ୍ୱର ଗଡ଼ିଲା ଏସି ଡିଲକ୍ସ ବସ: ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ, ବିଧାୟକଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଦେଇ ଭୁବନେଶ୍ୱରକୁ ବସ ଚଳାଚଳ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ। ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ନର୍ଲା-ଭୁବନେଶ୍ବର ଭାୟା ରୁପ୍ରାରୋଡ-ରିଷିଡା ସୋନପୁର ଦେଇ ଏସି ଡିଲକ୍ସ ବସ ଚଳାଚଳ କରିଛନ୍ତି। ସୋମବାର ସନ୍ଧ୍ୟା ୬.୩୦ରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ଵାରା ବସ ସେବାର ଶୁଭାରମ୍ଭ ହୋଇଛି। ନର୍ଲା ଠାରୁ ଭାୟା ରୁପ୍ରାରୋଡ଼ ଦେଇ ବସଟି ଯାତ୍ରା କରିବା ସମୟରେ ମାଣ୍ଡେଲ, ରୁପ୍ରାରୋଡ ଓ ରୁପ୍ରା ଠାରେ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ଏହାର ସ୍ଵାଗତ କରାଯାଇଥିଲା। ବସରେ ଯାତ୍ରୀ ଭାବେ ଯାତ୍ରା କରୁଥିଲେ ନର୍ଲା ବିଧାୟକ ଭୁପିନ୍ଦର ସିଂ। ରୁପ୍ରାରୋଡ ଗାୟତ୍ରୀ ମନ୍ଦିର ନିକଟରେ ଓ ପରେ ରୁପ୍ରାରୋଡ଼ ହନୁମାନ ପ୍ରତିମୂର୍ତ୍ତି ନିକଟରେ ବସଟିକୁ ସ୍ଵାଗତ କରାଯାଇ ନର୍ଲା ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ମଧ୍ୟ ବାଜା ବଜାଇ, ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି, ହମେଶ ଜୈନ, ଶାନୁ ଶର୍ମା, ରଜନୀକାନ୍ତ ସା, ସନ୍ତୋଷ ଭୋଇ, ତ୍ରିଲୋଚନ ପଧାନ, ଗଜମନ ଭୋଇ, ପୂଜକ ଗୋପାଳ ପାଢ଼ୀ, ଚୁମନ ଗଉଡ, ମାନସ ସାହୁ, ଧୋବା ସାହୁଙ୍କ ସହ ରୁପ୍ରାରୋଡ଼, ବଲବସପୁର, ବରଗାଁ, ଲାଖଗୁଡା, ଭୀମକେଲା, ସରିଆଁ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ବସ ଚଳାଚଳ ଯୋଗୁଁ ଖୁସି ବ୍ୟକ୍ତ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.