ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ର୍ନିବାଚନ କମିଶନ ତାରିଖ ଘୋଷଣା କରିବା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ୧୬.୦୩.୨୦୨୪ ଠାରୁ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ ଅନ୍ୟା ଦାସ। ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ନିର୍ବାଚନ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ବଲାଙ୍ଗିର ଲୋକସଭା (୧୦) ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଟି ବିଧାନସଭା କ୍ଷେତ୍ର ରହିଛି। ବୀର ମହାରାଜପୁର (୬୪) ଓ ସୋନପୁର (୬୫) ବିଧାନସଭା ମୋଟ ୨ଟି ଭୋଟର କ୍ଷେତ୍ର। ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪,୭୦,୦୪୯ ଭୋଟର ଥିବା ବେଳେ ପୁରୁଷ ଭୋଟର ୨,୪୩,୪୩୪ ଓ ମହିଳା ଭୋଟର  ୨,୨୬,୬୦୦ ରହିଛନ୍ତି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୨,୧୫,୩୫୩ ରହିଥ‌ିବା ବେଳେ ପୁରୁଷ ଭୋଟର ୧,୧୧,୯୯୪ ଓ ମହିଳା ଭୋଟର ୧,୦୩,୩୫୬ ଅଛନ୍ତି। ସେଥି ମଧ୍ୟରୁ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୦୩, ସିନିଅର ସିଟିଜେନ ଭୋଟରସଂଖ୍ୟା ୧୮୦୦, ଯୁବ ଭୋଟର ସଂଖ୍ୟା ୫୧୮୬ ଓ ଶାରୀରିକ ଅକ୍ଷମ ଭୋଟର ସଂଖ୍ୟା ୧୩୦୦। ସେହିପରି ସୋନପୁର ବିଧାନସଭାରେ ୨,୫୪,୬୯୬ ଭୋଟର ରହିଛନ୍ତି। ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧,୩୧,୪୪୦ ଜଣ ଓ ମହିଳା ଭୋଟର ସଂଖ୍ୟା ୧,୨୩,୨୪୪ ଜଣ। ଏହି ନିର୍ବାଚନ ମଣ୍ଡଳୀ ସ୍ଥଳୀରେ ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ୧୨ ଜଣ, ସିନିଅର ସିଟିଜେନ ଭୋଟର ସଂଖ୍ୟା ୨୨୩୩ ଜଣ, ଯୁବ ଭୋଟ ସଂଖ୍ୟା ୬୮୩୬ ଜଣ ଓ ଶାରୀରିକ ଅକ୍ଷମ ଭୋଟର ସଂଖ୍ୟା ୨୨୧୧ ଜଣ ଭୋଟର ଥିବା ଜଣାଯାଇଛି। ବଲାଙ୍ଗିର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦.୦୫.୨୦୨୪ ରେ ଭୋଟ ଗ୍ରହଣ କରାଯିବ। ସୁବର୍ଣ୍ଣପୁର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ କିପରି ଭୋଟ ଗ୍ରହଣ ହେବ ସେ ନେଇ ଏସପି ୟଶପ୍ରତାପ ପ୍ରୀମାଲ ସୂଚନା ଦେଇଥିବା ବେଳେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଗୁଡ଼ିକ ଆଗାମୀ ୩ ଦିନ ମଧ୍ୟରେ ସମସ୍ତେ ଜମା ଦେବା ନେଇ ସୁଚନା ଦେଇଥିଲେ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭୋଟ କେନ୍ଦ୍ର ଗୁଡିକରେ ଅଧିକ ସୁରକ୍ଷା ବାହିନୀକୁ ମୁତୟନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ରନାଥ କହଁର, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ) ୟଶସ୍ବିନୀ ପୋଥାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଓ ସାମ୍ୱାଦିକ ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.