ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ନର୍ଲା ନଗର ଓ ଚରିଛକ ପରିକ୍ରମା କରିଛନ୍ତି। ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ନର୍ଲା ଜଗନ୍ନାଥ ମନ୍ଦିର ସଭାପତି ଚିରଞ୍ଜିବୀ ଗୌଡିଆଙ୍କ ନେତୃତ୍ଵରେ ଭକ୍ତ ଶମ୍ଭୁ ଜଡ଼ା, ଜଗନ୍ନାଥ ମନ୍ଦିର ପୂଜକ ପଦ୍ମନାଭ ପଣ୍ଡା ଓ ମହିଳା ଭକ୍ତ ମାନେ ବଡି ସକାଳୁ ରୀତି ନୀତି ଅନୁଯାୟୀ ପୂଜା ପାଠ ପରେ ଶ୍ରୀ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବସାଇ ପ୍ରଥମେ ଚାରିଛକ ପରିଭ୍ରମଣ କରିବା ପରେ ନର୍ଲା ନଗର ପରିକ୍ରମା କରିଥିଲେ। ଚାରିଛକ ଓ ନର୍ଲା ବାସୀ ଘର ଦୁଆର ମୁହଁରେ ଝୋଟି ପକାଇ କଳସ ସ୍ଥାପନା କରି ଶ୍ରୀ ରାଧାକୃଷ୍ଣଙ୍କୁ ବନ୍ଦାପନା କରିବା ସହ ଅବିର ହୋଲି ଖେଳିଥିଲେ। ଅବିର ରଙ୍ଗରେ ରଙ୍ଗୀନ ହୋଇ ଉଠିଲା ଗାଁ ଦାଣ୍ଡ। ପ୍ରଭୂ ଶ୍ରୀ ରାଧା କୃଷ୍ଣ ହୋଲି ଖେଳିଛନ୍ତି। ଆସନ୍ତା କାଲି ହୋଲି ଉତ୍ସବ। ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା। ପବିତ୍ର ହୋଲି ଅବସରରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ନର୍ଲା ବିଡ଼ିଓ ରିପୁନାଥ ସୁନା, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ପ୍ରମୁଖ ସମସ୍ତ ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।