ଗୋରୁ ବୋଝେଇ ପିକଅପ ଭ୍ୟାନ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ରାସ୍ତାରୋକ କଲେ ମୃତକଙ୍କ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି। ଏହିଭଳି ଭାବେ ସୋମବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ରାୟଗଡା ଜିଲ୍ଲା ଅମ୍ବାଦଳାରୁ କୈାଣସି କାମସାରି ଦୁଇଜଣ ବ୍ୟକ୍ତି ନିଜ ଗାଁ ଲାଞ୍ଜିଗଡରୋଡ଼ ପଞ୍ଚାୟତ ମାଡ଼ିବନ୍ଧାକୁ ବାଇକ ଯୋଗେ ଫେରୁଥିବାବେଳେ ପୋଖରୀବନ୍ଧ ସ୍ଥିତ ବେନିପୋଖରୀ ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କୁ ସିକେରକୁପା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଗୋରୁ ବୋଝେଇ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ବାଇକ ଆରୋହୀ ଦୀନବନ୍ଧୁ ଗଉଡ଼ (୪୫)ଙ୍କ ଘଟଣା ସ୍ଥଳରେ ଜୀବନ ଯାଇଥିବାବେଳେ ପଛରେ ବସିଥିବା ଡମୁ ଗଉଡ଼ (୩୫)ଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବିଶ୍ୱନାଥପୁର ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯୁବ ସାମ୍ବାଦିକ ସନ୍ତୋଷ କୁମାର ତୁଳ ଓ ସ୍ଥାନୀୟ ଲୋକେ ଗୋରୁ ବୋଝେଇ ପିକ୍ଅପକୁ ଅଟକାଇ ଆମ୍ବୁଲାନ୍ସ ଓ ପୋଲିସକୁ ଫୋନ୍ କରିବାପରେ ପରେ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ପୁଲିସ ବାହିନୀ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ପରିବାର ଲୋକେ ପହଞ୍ଚିବା ପୂର୍ବରୁ ଶବ ଉଠାଇ ଦେଇଥିବାରୁ ପରିବାର ଲୋକେ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଛନ୍ତି। ତେବେ ୬ନମ୍ବର ରାଜ୍ୟ ରାଜପଥ ଏବେ ଅବରୋଧ ରହିଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.