୫୦ କେଜି ଗଞ୍ଜେଇ ଓ କାର ସହ ୨ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୫୦ କେଜି ଗଞ୍ଜେଇ ଜବତ କରିବା ସହ ଏକ କାର ଓ ୨ ଜଣଙ୍କୁ ଗିରଫ କରିଛି ସୋନପୁର ଅବକାରୀ ବିଭାଗ। ଏକ କାରରେ ସୋନପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ସୋନପୁର ପଟାଭାଡ଼ି ଛକରେ ଯାଞ୍ଚ ଆରମ୍ଭ କରିଥିଲା। ଉକ୍ତ ସମୟରେ ଆସୁଥିବା ଓଡି ୦୫ ଟି-୯୭୩୬ କାରକୁ ଧରାଯାଇଥିବା ବେଳେ ଯାଞ୍ଚ କରାଯିବାରୁ ଉକ୍ତ କାର କାରରୁ ୫୦ କେଜି ଗଞ୍ଜେଇ ବାହାରିଥିଲା ବେଳେ କାରରେ ଥିବା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ତୁରୁଡ଼ା ଗ୍ରାମର ଶରତ ନାଏକ (୩୮) ଏବଂ କରଡିଙ୍ଗାବାହାଲ ଗ୍ରାମର ରଞ୍ଜନ ସିଂହ (୩୯) ଙ୍କୁ ଅଟକ ରଖିଥିଲେ ଅବକାରୀ ବିଭାଗ। ପରେ ଏକ ମାମଲା ରୁଜୁ କରି ଉକ୍ତ ୨ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ବେଳେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି। ଅବକାରୀ ଅଧୀକ୍ଷକ ପ୍ରବୀର ସାମଲଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସ୍‌ଆଇ ସୁମିତ୍ରା ହେମ୍ବ୍ରମ, ଏସ୍‌ଆଇ ଶାନ୍ତନୁ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.