ବେହେରା ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାନସିକ ସୁଦୃଢ଼ତା ହିଁ ଦେଖାଇଥାଏ ସୁସ୍ଥ ଜୀବନ ଯାପାନର ବାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ୍ କ୍ଳବ୍ ଆନୁକୁଲ୍ୟରେ ଏଡସ୍ ସଚେତନତା ଓ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରାର ଇଂରାଜି ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସରକାରୀ ହୋମିଓପାଥି ଚିକିତ୍ସାଳୟର ଡାକ୍ତର ମଳୟ ତାଣ୍ଡି, ସମ୍ମାନିତ ଅତିଥି ଭାବରେ ମୂଷାପାଲି ଉଚ୍ଚ ଇଂରାଜି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୟାନିଧି ଘି, ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ, ଯୁବ କବି ତଥା ଯୁବ ସଂଗଠକ ରଜତ ବଂଶଲ ପ୍ରମୂଖ ମଞ୍ଚାସୀନ ରହି ‘ମାନସିକ ସୁଦୃଢ଼ତା ହିଁ ଦେଖାଇ ପାରେ ସୁସ୍ଥ ଜୀବନ ଯାପାନର ବାଟ’ ବୋଲି ମତବ୍ୟକ୍ତ କରିଥିଲେ। ଡାକ୍ତର ମଳୟ ତାଣ୍ଡି ସଞ୍ଜମ ପୂର୍ଣ୍ଣ ଜୀବନ ଶୈଳି ଦ୍ଵାରା ଏଡସ୍ କୁ ରୋକାଯାଇପାରିବ ତଥା ରକ୍ତ ସଙ୍କଟକୁ ଦୂର କରିବା ପାଇଁ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ସହ ଅନ୍ୟ ମାନଙ୍କୁ ମଧ୍ୟ ରକ୍ତଦାନ କରିବା ପାଇଁ ବୁଝାଇବାକୁ ଆଲୋକପାତ କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶ ଦାତା ଶାନ୍ତନୁ ବାଗ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରଞ୍ଜିତ ଆରେବେଡିଆ, ଭାଗ୍ୟବାନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜନୀତି ଅଧ୍ୟାପିକା ସରିତା ଭରତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଧ୍ୟାପିକା ସୁମନ ସିନ୍ଦୂର, ଲମ୍ବୋଦର ପାଲ, ଦେବେନ୍ଦ୍ର ରଣା, ରୀଙ୍କୁ ଖମାରୀ, ଦେବରାଜ ସତ୍ନାମି, ବସନ୍ତ ରଣା, ରିତେଶ ରଣା, ଭାସ୍କର ଗୋପାଳ ସମେତ ସମସ୍ତ ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଳବ୍ ର ସ୍ୱେଛାସେବୀ ଛାତ୍ର ଛାତ୍ରୀ ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.