ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାରଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଆଜି ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାରଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିକାଶ ସମିତିର ପ୍ରାକ୍ତନ ପ୍ରାନ୍ତ ସଂଗଠନ ସମ୍ପାଦକ ଚକ୍ରଧର ଠାକୁର ଆଜିର ଦିବସକୁ ନେଇ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଶିଶୁଭାଇଭଉଣୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ତଥା ବକ୍ତୃତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ରଶ୍ମିତା ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ କୌସ୍ତୁବମଣି ବାଗ ଅତିଥି ପରିଚୟ ପ୍ରଦାନ ଏବଂ ଅୟସକାନ୍ତ ପତି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା’ଙ୍କ ଉପସ୍ଥିତିରେ ତଥା ପ୍ରଧାନାଚାର୍ଯ୍ୟ କୁଞ୍ଜବିହାରୀ ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.