ରୁପ୍ରାରୋଡ ଦେବସର ଧାମରେ ଚୈତ୍ର ନବରାତ୍ର ଓ ଛପନ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡଠାରେ ଦେବସର ଧାମ ଦୁର୍ଗା ମନ୍ଦିରରେ ଚୈତ୍ର ନବରାତ୍ର ଓ ଛପନ ପ୍ରହର ନାମ ଯଜ୍ଞ ପାଇଁ ଆଜି (ମଙ୍ଗଳବାର) ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୧୧ ତାରିଖରୁ ଛପନ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୧୮ରେ ପୂର୍ଣ୍ଣାହୁତି ସହ ନାମ ଯଜ୍ଞ ସମାପନ ହେବ। ତେବେ ସାନ୍ଦୁଲ ନଦୀରୁ ୨୧୦୦ କଳସ ଧରି ମହିଳାମାନେ ଯଜ୍ଞ ମଣ୍ଡପକୁ ଆସିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ। ଏହି କଳସ ଶୋଭା ଯାତ୍ରାରେ ଲାଖଗୁଡା, ରୁପ୍ରାରୋଡ, ବଲବସପୁର, ବରଗାଁ, ବିଲାଟ, ଛତାମହୁଲ ସମେତ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.