ନର୍ଲାରୋଡ ଦୁର୍ଗା ମନ୍ଦିରରେ ଚୈତ୍ର ନବରାତ୍ର ପୂଜା ଆରମ୍ଭ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ଦୁର୍ଗା ମନ୍ଦିରରେ ଆଜିଠୁଁ ନବରାତ୍ର ପୂଜା ଆରମ୍ଭ ହୋଇଛି। ସୋମବାର ଏନେଇ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ସକାଳୁ ମଙ୍ଗଳ ଆଳତି ସହ ପୂଜା ଆରମ୍ଭ ହୋଇଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ବିମଲ କୁମାର କେଡିଆ ଓ ସମ୍ପାଦକ ହମେଶ କୁମାର ଜୈନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ କର୍ତ୍ତା ଭାବରେ ବିମଳ କୁମାର କେଡିଆ ଦମ୍ପତି ରହି ପୂଜନ କାର୍ଯ୍ଯ ସମ୍ପାଦନା କରୁଥିବା ଜଣାପଡ଼ିଛି। ମନ୍ଦିର ପାର୍ଶ୍ୱରେ ଯଜ୍ଞ ମଣ୍‌ପ ଅନୁଷ୍ଠିତ ହୋଇଛି। ଏଇଠି ନବରାତ୍ର ପୂଜା ସାଙ୍ଗକୁ ହୋମ ମଧ୍ୟ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। କମିଟିର ବରିଷ୍ଠ ସଦସ୍ୟ ଜହରାଲାଲ ବିଶ୍ଵାଳ, ବିନାୟକ ମହନ୍ତ, ରାଜା ପରିଡ଼ା, ବାବୁଲା ରାଉତ, ଟୁଲୁ ଓଝା, ସଙ୍କୀର୍ତ୍ତନ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣା ପଡ଼ିଛି। ନବରାତ୍ରୀ ଦୁର୍ଗାପୂଜା ସାଙ୍ଗକୁ ପ୍ରତ୍ୟହ ଚଣ୍ଡୀପାଠ ମଧ୍ୟ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି। ଏହି ଚୈତ୍ର ନବରାତ୍ର ପୂଜା ୧୭ ତାରିଖ ଯାଏଁ ଚାଲିବ। ୧୮/୪ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.