ଡବଲ ଶଙ୍ଖରେ ଭୋଟ ଦେବାକୁ ପାଣ୍ଡିଆନଙ୍କ ଅପିଲ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଜେଡ଼ିର ନିର୍ବାଚନୀ ସଭାରେ ଭିକେ ପାଣ୍ଡିଆନ ଯୋଗଦେଇ ଡବଲ ଶଙ୍ଖରେ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ଅପିଲ କରିଛନ୍ତି। ଭିକେ ପାଣ୍ଡିଆନ ଶନିବାର ନୂଆପଡାକୁ ଦିନିକିଆ ଗ୍ରସ୍ତରେ ଆସି ବିମାନ ଯୋଗେ ପ୍ରଥମେ ଗୋତମା ସ୍ଥିତ ଏୟାରଷ୍ଟ୍ରିଫରେ ପହଂଚି ଥିଲେ। ସେଠାରୁ ଦଳୀୟ କର୍ମୀଙ୍କ ସ୍ୱାଗତ ପରେ ଖରିଆର ରୋଡ ଶଙ୍କର ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ଦର୍ଶନ ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ମିନି ଷ୍ଟାଡିଅମ ପର୍ଯ୍ୟନ୍ତ ଆସିଥିଲେ। ଖରିଆର ରୋଡ ସହରର ବିଭିନ୍ନ ଛକ ଠାରେ ଶ୍ରୀ ପାଣ୍ଡିଆନଙ୍କୁ ଯାଦବ ସମାଜ, ପଟେଲ ସମାଜ, ବ୍ରହ୍ମଣ ସମାଜ, ମରାଠୀ ବ୍ରହ୍ମଣ ସମାଜ, ଗୁଜୁରାତି ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନୂଆପଡା ତେଲିପଡ଼ା ଛକ ଠାରେ ମଧ୍ୟ ବିଜେଡି କର୍ମୀଙ୍କ ଦ୍ୱାରା ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତେବେ ନୂଆପଡା ମିନି ଷ୍ଟାଡିଅମ ଠାରେ ଶ୍ରୀ ପାଣ୍ଡିଆନ ବିଶାଳ ଜନସମାବଶକୁ ସମ୍ବୋଧିତ କରି ଲୋକସଭା ଓ ବିଧାନସଭା ପାଇଁ ବିଜେଡି ଦଳ ପ୍ରାର୍ଥୀଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅପିଲ କରିଥିଲେ। ଏହି ଅବସରରେ ନୂଆପଡା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ମଞ୍ଚରେ ଉପସ୍ଥିତ ରହି ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ। ତେବେ ଶ୍ରୀ ପାଣ୍ଡିଆନ ନୂଆପଡା ନିର୍ବାଚନ ମଣ୍ଡଳୀରେ ପୂର୍ବତନ କଳାହାଣ୍ଡି ସାଂସଦ ଅଂଚଳର ବିକାଶ ନାଁରେ କୌଣସି ଆଖି ଦୃଶିଆ କାର୍ଯ୍ୟ କରିନାହାନ୍ତି। ମାନ୍ୟବର ନବୀନ ପଟ୍ଟନାୟକଙ୍କ ଦୁଇଟି ହାତମୁଠାକୁ ଏଥର ଟାଣ କଲେ କିମ୍ବା ଡବଲ ଶଙ୍ଖରେ ଭୋଟ ଦେଲେ ଅଂଚଳର ବିକାଶକୁ ତ୍ୱରାନ୍ୱିତ କରିବୁ ବୋଲି ଶ୍ରୀ ପାଣ୍ଡିଆନ ନିଜର ସମ୍ବୋଧନରେ କହିଥିଲେ। ଏସଡିସି ଅଧକ୍ଷ ଭଗତରାମ ମାଝୀ, ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ, ଜିଲ୍ଲା ପରିଷଦ ଅଧକ୍ଷ ଡଲି ମାଝୀ, ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ମୁରଲୀ ଭୋଇ, ଉମା ଠାକୁର, କାର୍ତିକ ଦୀପ, କାଳିଆ ପ୍ରଧାନ, ଜୟ ଢୋଲକିଆ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିରମଲକର, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷ ଜୟଦେବ ପ୍ରଧାନ, ନୂଆପଡା ନଗର ଅଧକ୍ଷ ଆଦମ ଖାନ, ଖରିଆର ରୋଡ ନିଶାନ୍ତ ଡାଗା, ସନ୍ଦେଶ ଢୋଲକିଆ, ରାଧେଶ୍ୟାମ ବାଗ, ଧନିରାମ ସାହୁ,ବିଜେଡି ନୂଆପଡା ନଗର ସଭାପତି ସୁବାଷ ପଣ୍ଡା (ଟିଙ୍କୁ), କାଉନସିଲର ଥାନେଶ୍ୱର ସୁନା, ବବଲୁ ଖାନ, ରବି ବାଗ, ମନମିତ ଗୁରୁଦତ୍ତା, ମୁଜାହିଦ ଖାନ, ଖରିଆର ନଗର ସଭାପତି ଗୋଲୀ ତିୱାରୀ, ମନିଷ ଦେୱାଙ୍ଗନ, ଗୋପି ସୁନା, ରିଷି ଜୈନ, ବାଦଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.