କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଭାରତୀୟ ରେଡକ୍ରସ ସୋସାଇଟି, କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ରେଡକ୍ରସର ପ୍ରତିଷ୍ଠାତା ସାର୍ ଜିନ୍ ହେନେରୀ ଡୁନାଣ୍ଟଙ୍କ ଜନ୍ମତିଥିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ରେଡକ୍ରସ୍ ସମ୍ପାଦିକା ସୁଶ୍ରୀ ସୌଦାମିନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଡକ୍ରସ୍ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଡୁନାଣ୍ଟଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ରେଡକ୍ରସର ଆଜୀବନ ସଦସ୍ୟ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା, ସୁଧୀର କୁମାର ପଣ୍ଡା, ବିଶ୍ଵ ରଞ୍ଜନ ବେହେରା, ରଜନୀ କାନ୍ତ ଜେନା, ଚନ୍ଦ୍ରଚୁଡ ବେହେରା, ଅଶୋକ କୁମାର ପଣ୍ଡା, ଶଙ୍କର ଦଳେଇ ପ୍ରମୁଖ ଯୋଗ ଦେଇ ବିଶ୍ଵର ସର୍ବ ବୃହତ୍ ମାନବୀୟ ସଂଗଠନ ରେଡକ୍ରସର ନୀତି, ଆଦର୍ଶ, ମୂଳ ଲକ୍ଷ୍ୟ ତଥା ଚଳିତ ବର୍ଷର ବିଷୟବସ୍ତୁ “ମାନବିକତାକୁ ଜୀବନ୍ତ ରଖିବା” ବିଷୟରେ ଆଲୋଚନା କରିଥିଲେ। ଜିଲ୍ଳା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ସୁନୀଲ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବଟକୃଷ୍ଣ ଆଚାରୀ, ଜ୍ୟୋତିର୍ମୟୀ ଜୟଶ୍ରୀ, ପର୍ଶୁରାମ ଦୁର୍ଗା , ନିର୍ମଳ ଜାଲି, ମନପତି ଜାନୀ, ବେଣୁଧର ନାଏକ, ବିଶ୍ୱଜିତ୍ ସାହୁ, ହରି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ ରକ୍ତ ଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.