ବିଜେଡିରେ ଯୋଗ ଦେଲେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀନୀ ମନୋରମା ମହାନ୍ତି ତାଙ୍କ ନିର୍ବାଚନୀ ପ୍ରଚାରରେ କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଭୋଟ ଭିକ୍ଷା କରିବା ସହ ସଭା କରି ଲୋକଙ୍କୁ ଉଦବୋଧନ ଦେଇଥିଲେ। ଏହି ନିର୍ବାଚନୀ ସଭାରେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଏବଂ ପର୍ଯ୍ୟବେକ୍ଷକ ଭବାନୀଶଙ୍କର ନିଆଲଙ୍କ ଉପସ୍ଥିତିରେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ତଥା କୁଣ୍ଡାବନ୍ଧ ସମିତି ସଦସ୍ୟ ମନୋଜ କୁମାର ପଟ୍ଟନାୟକ, କଶୃପଡା ସରପଞ୍ଚ ମାଳତୀ ଭୋଇ, ପରଲସିଙ୍ଗା ନାଏବ ସରପଞ୍ଚ ନମିତା ସାହୁ, ବିଜେପି ମଣ୍ଡଳ ସଭାପତି ପ୍ରହଲ୍ଲାଦ ସା ପ୍ରମୁଖ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ନିଆଲ ଓ ନର୍ଲା ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ମହାନ୍ତି ନବାଗତା ମାନଙ୍କୁ ଶଙ୍ଖ ଚିହ୍ନଯୁକ୍ତ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ଯ ଶୈଳୀରେ ଅନୁପ୍ରାଣିତ ହୋଇ ମୁଁ ବିଜେଡ଼ି ଦଳରେ ଯୋଗଦାନ କରିଛି ବୋଲି ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.