ଲାଞ୍ଜିଗଡ଼ ବିଧାନସଭା ଆସନ ବଜାୟ ରଖିଲା ବିଜେଡ଼ି: ପୁଣିଥରେ ବିଧାୟକ ହେଲେ ପ୍ରଦୀପ ଦିଶାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ଗଡ଼ ରକ୍ଷା କରିଛି ବିଜୁ ଜନତା ଦଳ। ବର୍ତ୍ତମାନ ବିଧାୟକ ଥିବା ପ୍ରଦୀପ କୁମାର ଦିଶାରି ପୁଣିଥରେ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ଭୋଟ ୬୦ ହଜାର ୨୫୪ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଡ଼. ବଳଭଦ୍ର ମାଝିଙ୍କୁ ୫୩ ହଜାର ୭୫୩ ଖଣ୍ଡ ଭୋଟ ମିଳିଛି। ଭାଜପାର ପ୍ରାର୍ଥୀ ରମେଶ ମାଝି ୪୯ ହଜାର ୧୧୩ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ୬୫୦୧ ଭୋଟରେ ପରାସ୍ତ କଲେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରି। ଏହି ଆସନକୁ ନେଇ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ହେଉଥିବା ବେଳେ ଆଜି ଏଇଠି ବିଜେଡ଼ି ବିଜୟୀ ହୋଇଛି। ପ୍ରଦୀପଙ୍କ ବିଜୟୀକୁ ନେଇ ବିଜେଡ଼ି କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.