କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଆ ବାର୍ତ୍ତା/ ବାରଣାସୀ: କୃଷକଙ୍କ ମୁହଁରେ ଫୁଟିଛି ହସ। ଆକାଉଣ୍ଟରେ ପଡ଼ିଛି କିଷାନ ସମ୍ମାନ ନିଧି ଯୋଜନାର ୨ ହଜାର ଟଙ୍କା। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଅଧୀନରେ ୨୦ହଜାର କୋଟିରୁ ଅଧିକ ଟଙ୍କା ଦେଶର ୯.୬୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗ୍ରସ୍ତ କରିଛନ୍ତି। ସେ ବାରାଣସୀ ସଂସଦୀୟ କ୍ଷେତ୍ରର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ, ଚାଷୀକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର ।




