ଅଜଣା ଗାଡି ଧକ୍କାରେ ୨ ଯୁବକ ଗୁରୁତର, ବଲାଙ୍ଗୀର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସୋମବାର ଅପରାହ୍ନ ୨ ଘଣ୍ଟା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ସଇଁତଲା ଥାନା କରେଲଧୁଆ ଓଭର ବ୍ରିଜ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ଆହତ ଯୁବକ ଲବ ସାହୁ (୪୫) ସଇଁତଲା ଥାନା ଘୁନସର ଓ ନରେନ୍ଦ୍ର ବାରିକ (୩୫) କେସିଙ୍ଗା ଥାନା ଟୁଲ୍ଲା ଗ୍ରାମର ବୋଲି ଜଣାପଡିଛି। ପ୍ରକାଶ ଯେ, ଉଭୟ ନିଜ ବାଇକ ପେଶନ ପ୍ରୋ ନଂ ଓଡି ୦୮ ଆର ୭୩୦୩ ଯୋଗେ ଫେରୁଥିବା ବେଳେ ଓଭର ବ୍ରିଜ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁହେଁ ଛିଟିକି ପଡ଼ିଥିଲେ। ଯାହା ଫଳରେ ଉଭୟଙ୍କର ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବର ସହ ଆଘାତ ଲାଗିଛି। ପ୍ରଥମେ ଦୁହେଁଙ୍କୁ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ଖବର ପାଇଁ ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ, ଏଏସଆଇ ମାଦ୍ରୀ ଛୁରା, କନେଷ୍ଟବଳ ସୁନୀଲ ଭୋଇ, ଶତ୍ରୁଘନ ଭୋଇ ଓ ପ୍ରେମ ନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ଉଭୟ ଯୁବକ ଦୁହେଁଙ୍କୁ ମେଡିକାଲ ପଠାଇବା ପରେ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ଅଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.