ତାରାତାରିଣୀ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରାତାରିଣୀ ମହାବିଦ୍ୟଳୟ ପରିସରରେ ଜାତୀୟ ପାଠଚକ୍ର କାର୍ଯ୍ୟକ୍ରମ ଇଂରାଜୀ ଭାଷା ସାହିତ୍ୟ ଓ ଶିକ୍ଷା ବିଭାଗ ଦ୍ୱାରା  ଆଭ୍ୟନ୍ତରୀଣ ଗୁଣବତ୍ତା ଓ ସୁନିଶ୍ଚିତତା କୋଷ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରି ନିଯୁକ୍ତି ସକାଶେ ଯୋଗାଯୋଗ ଦକ୍ଷତାର ଆବଶ୍ୟକତା ବିଷୟ ଉପରେ ନିଜର ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ବାସୁଦେବ ମହାପାତ୍ର ଯୋଗାଯୋଗର ପରିଭାଷା ସମ୍ୱନ୍ଧରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ଜାତୀୟ ପାଠଚକ୍ରର ମୁଖ୍ୟ ଆକର୍ଷଣ ରାଜସ୍ତାନ ଜୟପୁର ସ୍ଥିତ ମଣିପାଲ ବିଶ୍ଵବିଦ୍ୟଳୟର ପ୍ରଫେସର ତଥା ବରିଷ୍ଟ ଶିକ୍ଷାବିତ ଡ଼ଃ ଫକୀର ମୋହନ ନାହାକ ସାମ୍ପ୍ରତିକ ବିଶ୍ୱରେ ଯୋଗାଯୋଗର ପ୍ରାସଙ୍ଗିକତା ବିଷୟରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏଥିରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ  ଗୌରାଙ୍ଗ ଚାରଣ ପଟନାୟକ, ଅଧ୍ୟାପିକା ଡ଼ଃ ମୋନାଲିସା ମିଶ୍ର, ଓ ଶ୍ରାବଣୀ ଖଟାଇ ଏବଂ ଶିକ୍ଷାବିଭାଗର ବିଭାଗୀୟ ମୁଖ୍ୟ  ମିନକେତନ ନାହାକ, ଅଧ୍ୟାପିକା ହରିପ୍ରିୟା ନାୟକ ଓ ମଞ୍ଜୁଲତା ଦାଶ, ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

Udyog Nursery
Udyogi Nursery

ନାକ୍ ସଂଯୋଜକ ଡ଼ଃ ପ୍ରଦୀପ କୁମାର ସାହୁ ଓ ଆଇକ୍ୟୁଏସି ସଂଯୋଜକ ସୁବୋଧ କୁମାର ଷଡ଼ଙ୍ଗୀ ଉକ୍ତ ପାଠ ଚକ୍ରର ଆୟୋଜନରେ ସହଯୋଗ କରିଥିଲେ। ପ୍ରଥମେ ବୈଠକ ଆରମ୍ଭରେ ଡ଼ଃ ପ୍ରବୀର କେଶରୀ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା, ଅଧ୍ୟାପକ ଏନ ମୋହନ, ଅଧ୍ୟାପିକା ନମ୍ରତା ମିଶ୍ର, ଆଧ୍ୟାପକ ସମୀର କୁମାର ମିଶ୍ର, ଅଧ୍ୟାପକ ମନୋଜ କୁମାର ସାହୁ ଓ ଶ୍ରୀ ଶ୍ରୀଦ୍ଧାର୍ଥ ପଣ୍ଡାଙ୍କ ସହିତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.