ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ମାତିଛନ୍ତି ବାଲି ମାଫିଆ : ରାଜସ୍ୱ ଲୁଟି ପାଲଟୁଛନ୍ତି କୁବେର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ମାତିଛନ୍ତି ବାଲି ମାଫିଆ। କେଉଁଠି ନଦୀ ପଠା ତ ଅନ୍ୟ କେଉଁଠି ଅନାବାଦି ଗୋଚର ଜମି। ବେଧଡ଼କ ଭାବେ ହାଇୱା ଆଉ ଟ୍ରାକ୍ଟର ଲଗାଇ ଏକର ଏକର ଜମିରୁ ଅବାଧରେ ଲୁଟ ହେଉଛି ହଜାର ହଜାର ଟନ ବାଲି । ପ୍ରଶାସନ ରାଜସ୍ୱ ହରାଉ ଥିବା ବେଳେ ଏପଟେ କୁବେର ହେଉଛନ୍ତି ବାଲି ମାଫିଆ। ବିଭିନ୍ନ ନଦିରେ ରାତି ଅଧିଆ ଡ୍ରୋଜର ଲଗାଇ ବାଲି ଖନନ ଓ ଅବାଧ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସେହିପରି ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ବଂଶଧାରା ନଦୀର ଚନ୍ଦନପୁର ବାଲି ଘାଟ ନିଲାମ ହେଉନଥିବାରୁ ବେଧଡକ ଭାବେ ବାଲି ମାଫିଆ ମାନେ ନିୟମିତ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ତେବେ ବେଆଇନ ଭାବେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ ହେଉଥିଲେ ମଧ୍ୟ ସମସ୍ତେ ଧୃତରାଷ୍ଟ୍ର ପରି ବସି ରହୁଛନ୍ତି। ଜାଣିଶୁଣି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ତହସିଲ ପ୍ରସାଶନ ମିଳିମିଶି ମୋଟା ଅଙ୍କର ପିସି ନେଇ ବାଲି ଖାଦାନ ନିଲାମ କରୁନଥିବା ଅଭିଯୋଗ ହେଉଛି। ଫଳରେ ମାଫିଆ ମାନେ ନିଜ ମନମୁତାବକ ବାଲି ଚୋରାଇ କରି ଅନ୍ୟତ୍ର ଚାଲାଣ କରୁଥିବା ଦେଖିବାକୁ ମିଳିଛି। ବିଶେଷ ଭାବରେ ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ବଂଶଧାରା ନଦୀ ଅବବାହିକାର ଚନ୍ଦନପୁର ଓ ନୂତନ ବାତେଲିମା ବାଲି ଘାଟ ନିଲାମ ହେଉନ ଥିବାରୁ ଚୋରା ବାଲି ମାଫିଆ ମାନେ ବାଲି ଘାଟକୁ କବଜା କରି ମାଲାମାଲ ହେଉଛନ୍ତି। ବଂଶଧାରା ନଦୀରେ କୌଣସି ବାଲିଘାଟ ନିଲାମ ହେଉନଥିବା ବେଳେ ବାଲି ସେଇ ଧାରରୁ ମାଫିଆ ମାନେ ପ୍ରତିଦିନ ଶହଶହ ଟ୍ରିପ ଚୋରାଚାଲାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ପ୍ରଶାସନ କାହିଁକି ନରମ ମନୋଭାବ ଦେଖାଉଛନ୍ତି। ଏହାର ସୁଯୋଗ ନେଇ ବାଲି ଧିରେ ଧିରେ ଚୋରି ହେଉଛି। ବଂଶଧାରା ନଦୀ ନିଲାମ ହେଉନଥିବାରୁ ବାଲି ସୈଇରାତରୁ ବେଆଇନ ବାଲି ଚାଲାଣ ଦ୍ଵାରା ନଦୀ ଘାଟ ଓ ସ୍ଥାନୀୟ ପରିବେଶ ବିଶେଷ ପ୍ରଭାବିତ ହେଉଛି। ତେବେ ଛତ୍ରପୁର ବିଲାଟି ପଦର, ଚନ୍ଦନପୁର, ନୂତନ ବାତେରଲିମା, ନିଆଳି ବାଲିଖାଦାନରୁ ଶହଶହ ଟ୍ରିପ ବାଲି ବେଆଇନ୍ ଭାବେ ଉଠା ଚାଲିଛି। ଆଗକୁ ବର୍ଷାଦିନ ଥିବାରୁ ବାଲି ମିଳିବାରେ ଅଭାବ ଦେଖାଦେବାର ସମ୍ଭାବନାକୁ ନେଇ ବେଶ ଦୁଇ ପଇସା ଲାଭ ଆଶାରେ ମାଫିଆ ମାନେ ଏବେଠୁ ପ୍ରୋକଲିନ,ଜେସିବି ଲଗାଇ ଦିନ ରାତି ବାଲି ଠୁଳ କରିବାରେ ଲାଗିପଡିଲେଣି।ଏହି ବାଲିବୋଝେଇ ଗାଡ଼ି ଗୁଡ଼ିକ ଚାଲିବା ଦ୍ଵାରା ଗାଁ ରାସ୍ତା ଖରାପ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ନିଲାମ ହୋଇନଥିବା ବାଲି ଖାଦାନ ତୁରନ୍ତ ନିଲାମ କରାଯିବା ସହ ବେଆଇନ ଲଘୁ ଖଣିଜ ସମ୍ପଦ ଉତୋଳନ ରୋକିବାକୁ ଜିଲ୍ଲା ପ୍ରଶାସନକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ସେ କଲ ଗ୍ରହଣ କରିନଥିଲେ, ଏହା ପରେ ଖଣିବିଭାଗ ଅଧିକାରୀ ବିଶ୍ଵନାଥ ସୋରେନଙ୍କୁ ପଚାରିବାରୁ, ସେ କହିଥିଲେ ମୁଁ ଏହା ବାବଦରେ ଆଗରୁ ଶୁଣିଛି, କିନ୍ତୁ ଆପଣ ଯେଉଁ ସ୍ଥାନରେ ବାଲି ଚୋରାଚାଲାଣ ଚାଲିଛି ସେଇ ସ୍ଥାନର ଫୋଟୋ ଏବଂ ଲୋକେସନ୍ ପଠାନ୍ତୁ, ନଦୀରୁ ବାଲି ଚୋରା ଚାଲାଣ ହେଉଛି ନିଶ୍ଚିତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.