ୱାର୍ଡ଼ ମେମ୍ବର ସଂଘର ଜରୁରୀକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରେ ଶୁକ୍ରବାର ବ୍ଳକ ୱାର୍ଡ଼ ମେମ୍ବର ସଂଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ୱାର୍ଡ଼ ସଭ୍ୟ ଦେବୀସିଂ ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ୱାର୍ଡ଼ ମେମ୍ବର ସଂଘର ରାଜ୍ୟ ଉପସଭାପତି ଜଗନ୍ନାଥ ଘି, ସମ୍ପାଦକ ଦିଗାମ୍ବର ବୋମାଲ ଯୋଗଦେଇ ୱାର୍ଡ଼ ମେମ୍ବର ମାନଙ୍କ ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ। ବୈଠକରେ ପୂର୍ବ ବୈଠକର ସମସ୍ତ ପ୍ରସ୍ତାବକୁ ପୁନଃ ଆଲୋଚନା କରାଯାଇଥିଲା। ଏବଂ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଓଡ଼ିଶା ୱାର୍ଡ଼ ମେମ୍ବର ମହା ସଂଘ ତରଫରୁ ୫ଦଫା ଦାବି ନେଇ ଭୁବନେଶ୍ଵର ଲୋୟର ପିଏମଜି ଠାରେ ଅନସନ କରିବା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ବ୍ଳକ ୱାର୍ଡ଼ମେମ୍ବର ସଂଘର ସଭାପତି ଗୁଣନିଧି ବାଗ, ସମ୍ପାଦକ ଧନମଣି କଟା, ଉପସଭାପତି ଦକ୍ଷସୁତା ନାଏକ, ବିରଞ୍ଚି ମାଝୀ, ଭୁମିସୂତା ମାଝୀ ସମେତ ବ୍ଳକର ୨୨ ଗୋଟି ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ। ବୈଠକକୁ ୱାର୍ଡ଼ ମେମ୍ବର ପିତାମ୍ବର ବିହାରୀ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.