ଶାନ୍ତି କାନନରେ ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ଅନୁଷ୍ଠିତ ହେଲା ‘ମେଘମହ୍ଲାର’ କବିତା ପାଠୋତ୍ସବ : ୪୦ରୁ ଅଧିକ କବି ପାଠକଲେ ସ୍ଵରଚିତ କବିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତବର୍ଷ ଶାନ୍ତି କାନନ ଠାରେ ‘ଯୁଗଶ୍ରୀ ଯୁଗନାରୀ’ ମାସିକ ମହିଳା ପତ୍ରିକା ପକ୍ଷରୁ ‘ମେଘମହ୍ଲାର’ ଶୀର୍ଷକ ଏକ କବିତା ପାଠ ଉତ୍ସବ ଓ ସାରସ୍ବତ ସମାରୋହ ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗଦେଇ ବାଲେଶ୍ବରର କବି ମାନେ ସର୍ଜନାତ୍ମକ ସକାରାତ୍ମକ ଚିନ୍ତାଧାରା ନେଇ କବିତା ରଚନ କରିବାକୁ ଆହ୍ଵାନ ଦେଇଥିଲେ। ମୁଖ୍ୟବକ୍ତା କବି ବିମଳ ଜେନା କାଳଜୟୀ ସ୍ରଷ୍ଟା କାଳି ଦାସ, ଉପେନ୍ଦ୍ର ଭଞ୍ଜ ଓ ରାଧାନାଥ ରାୟଙ୍କ ଭଳି କବିଙ୍କ ବର୍ଷା କବିତାମାନ ଉଦାହରଣ ଦେବା ଛଳରେ ବର୍ଷାର ‘ମେଘମହ୍ଲାର ରାଗ’ ସହ ନିବିଡ଼ ସଂପର୍କ ଥିବା କଥା ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥି ବିଜୟିନୀ ସିଂହଦେଓ ବାଲେଶ୍ବରରେ ଅଧ୍ୟାପନା ସମୟର ସ୍ମୃତିଚାରଣ କରି ଭାବବିହ୍ବଳ ହୋଇ ବାଲେଶ୍ୱରକୁ ଦ୍ଵିତୀୟ ଘର ବୋଲି କାର କରିଥିଲେ। ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ବର୍ଷା କବିତାମାନ ଉଦାହରଣ ଦେବା ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ‘ଯୁଗଶ୍ରୀ ଯୁଗନାରୀ’ର ସହ ସଂପାଦିକା ଡ. ପ୍ରଭାବତୀ ପଣ୍ଡା ଜୁଲାଇ-୨୪ ସଂଖ୍ୟା ପତ୍ରିକାରେ ବିଜୟିନୀ ସିଂହଦେଓଙ୍କ ପ୍ରତିଭା ଓ ସାକ୍ଷାତ୍‌କାର ଉପରେ ଆଲୋଚନା କରିବା ସହ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା ଓଡ଼ିଶାର ଶ୍ରେଷ୍ଠ ଗୁଣ‌ବତ୍ତା ସମ୍ପନ୍ନ ପତ୍ରିକା ବୋଲି ମତ ରଖିଥୁଲେ। ‘ଯୁଗଶ୍ରୀ ଯୁଗନାରୀ’ର ଜୁଲାଇ-୨୪ ରଥଯାତ୍ରା ସଂଖ୍ୟା ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହେଇଥିଲା।

କବି ମଧୁସୂଦନ ମିଶ୍ର ଓ ଜ୍ୟୋସ୍ନା ରାୟ ମହାପାତ୍ର କବିତାମାନ ସଂଯୋଜନା କରିଥିବାବେଳେ ଡକ୍ଟର କ୍ଷିତୀଶ୍ଵର ଦାଶ ବେଦପାଠ କରିଥିଲେ। କଲ୍ୟାଣୀ ନନ୍ଦ ଓ ସାଥୀମାନେ ବର୍ଷା ଉପରେ ‘ମେଘମହ୍ଲାର ରାଗ’ରେ କବିତା ଗାନ କରିଥିଲୋ। ଡକ୍ଟର ସିରଙ୍ଗଧର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସ୍ମୃତି ଦାସ ମଂଚ ଆହ୍ବାନ କରିଥିଲେ। କବି ହରିଶ୍ଚନ୍ଦ୍ର ବେହେରା, ଡ. ଶିରୀଶ ଚନ୍ଦ୍ର ଜେନା, ଡ. ରମାକାନ୍ତ ନାୟକ, ଦୀନବନ୍ଧୁ ଲେଙ୍କା, ଡା. ଅଭିମନ୍ୟୁ କାନୁନ୍‌ଗୋ, ଅଞ୍ଜଳି ପଣ୍ଡା, ପ୍ରତିମା ପଣ୍ଡା, ପଣ୍ଡା, କଲ୍ୟାଣୀ ଦାସ, ଯଶୋଧାରା ଦାସ, ପ୍ରୀତିଲେଖା ଦାସ, ସୀତାଂଶୁ ଲଙ୍କା, ବିଜୟ କୁମାର ଦାସଅଧିକାରୀ, ଅର୍ଚ୍ଚନା ନନ୍ଦୀ, ଗଗନ ସେଠୀ, ଜଳଧର ପଣ୍ଡା, ସାବିତ୍ରୀ ଜେନା, ଅକ୍ଷୟ ପତି, ପଦ୍ମଲୋଚନ ପ୍ରଧାନ, ପ୍ରଭାକର ସାହୁ, ଜୟନ୍ତ ହଂସରାଜ, ପଦ୍ମଲୋଚନ ଦତ୍ତ, ବିଜୟ କୁମାର ରଣା, କ୍ରୀଷ୍ଣା ପ୍ରଧାନ, ଚିତ୍ରାରାଣୀ ପାତ୍ର, ଦୀପ୍ତିଲତା ଦାସ, ଶାନ୍ତିଲତା ପଣ୍ଡା, ସୁନାମଣି ଜେନା, ବିନିତା ସାହୁ, ସୁବ୍ରତା ମହାନ୍ତି, ବାସନ୍ତୀ ଦେ, ମାନସୀ ପାଣିଗ୍ରାହୀ ଓ ରବୀନ୍ଦ୍ର କୁମାର ଦାସଙ୍କ ସମେତ ୪୦ ରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ। ଉତ୍ସବରେ ଶତାଧିକ ସାହିତ୍ୟିକ ଯୋଗ ଦେଇଥିଲେ। ଶେଷରେ ଅଧ୍ୟାପକ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.