ଇଫକୋର ଡାଇରେକ୍ଟରଙ୍କ ହୃଦଘାତରେ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ରାଧାକାନ୍ତ ସାହିର ବାସିନ୍ଦା ସିମାଞ୍ଚଳ ପାଢ଼ୀ (ବୁଲୁ)ଙ୍କ ହୃଦ ଘାତରେ ମୃତ୍ୟୁ ହୋଇଛି। ସେ ୧୬ ବର୍ଷ ହେଲା ଇଫକୋର ଓଡିଶାରୁ ଏକମାତ୍ର ଡାଇରେକ୍ଟର ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱକରି ଆସୁଥିଲେ। ଖାଲି ସେତିକି ନୁହଁ ଦୀର୍ଘବର୍ଷ ହେବ ଭୁତସରସିଙ୍ଗି କପିଳେଶ୍ୱର ବହୁମୁଖୀ ସମବାୟ ସମିତିର ସଭାପତି ଭାବେ ଲଗାତାର ନିର୍ବାଚିତ ହୋଊ ଆସୁଥିଲ। ଏକାଧାରରେ ସେ ଜଣେ ଓକିଲ, ରାଜନୈତିଜ୍ଞ ତଥା ଲୋକଙ୍କ ପ୍ରିୟପାତ୍ର ବ୍ୟକ୍ତି ଭାବେ ଖ୍ୟାତି ଅର୍ଜନ କରିଥିଲେ।

ସିମାଞ୍ଚଳ ବାବୁ ପୁରୁଷୋତ୍ତମପୁରେ ରହୁଥିଲା ବେଳେ ଏଇ କିଛିବର୍ଷ ହେବ ବ୍ରହ୍ମପୁରରେ ରହୁଥିଲେ। ତାଙ୍କର  ଅସୁସ୍ତତା ଯୋଗୁଁ ଦିଲ୍ଲୀରେ ରହୁଥିବା ବଡ଼ପୁଅ ପାଖକୁ ଚିକିତ୍ସା ପାଇଁ କିଛି ମାସ ତଳେ ଯାଇଥିଲା ବେଳେ ଗତ ଗୁରୁବାର ରାତିରେ ତାଙ୍କର ହୃଦ ଘାତରେ ପରଲୋକ ହୋଇ ଥିବା ଏବଂ ତାଙ୍କ ମର ଶରୀରକୁ ଦିଲ୍ଲୀରୁ ଓଡିଶା ଅଣାଯାଇ ପୂରୀ ସ୍ୱର୍ଗଦ୍ଵାରରେ ସଂସ୍କାର କରାଯିବ ବୋଲି ତାଙ୍କ ଆତ୍ମୀୟ ସ୍ୱଜନଙ୍କ ଠାରୁ ସୂଚନା ମିଳିଛି। ତାଙ୍କ ବିୟୋଗରେ ପୁରୁଷୋତ୍ତମପୁର ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ, ଆଇନଜୀବୀ, ବରିଷ୍ଟ ନାଗରିକ, ରାଜନୀତିଜ୍ଞ ବ୍ୟକ୍ତିଙ୍କ ସହ ତାଙ୍କର ସାଙ୍ଗ ତଥା ପୂର୍ବତନ ବ୍ଲକ ଅଧକ୍ଷ ବାଉରୀବନ୍ଧୁ ପଣ୍ଡା, ବର୍ତମାନ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ସହ ବନ୍ଧୁ ବାନ୍ଧବ, ଭୁତ ସରସିଙ୍ଗି ଏବଂ ବ୍ଲକର ବହୁ ପଞ୍ଚାୟତର ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.