ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ଓ ଗଣଶିକ୍ଷକ ମହାସଂଘର ଜରୁରୀକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡ଼ର ଓ ଗଣଶିକ୍ଷକ ମହାସଂଘର ଏକ ଜରୁରୀକାଳୀନ ବୈଠକ ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ବିପୁଳ ମାତ୍ରାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।  ଗଙ୍ଗା ନାରାୟଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମହାସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସର୍ବସମ୍ମତି କ୍ରମେ ଶୁଶ୍ରୀ ମିନତୀ ମିଶ୍ରଙ୍କୁ ରାଜ୍ୟ ମହାସଂଘର ସଭାନେତ୍ରୀ ରୂପେ ନିର୍ବାଚିତ କରାଯିବା ସହ ଲକ୍ଷ୍ମୀଧର ରାଉତଙ୍କୁ ସାଧାରଣ ସମ୍ପାଦକ, ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକାରୀ ସଭାପତି, ଗଙ୍ଗା ନାରାୟଣ ପାଢ଼ୀ ମହାସଚିବ, ବିଜୟ କୁମାର ସ୍ବାଇଁ ଉପଦେଷ୍ଟା, ଉପ ସଭାପତି ରୂପେ ସୁଭେନ୍ଦୁ ଲେଙ୍କା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ରମେଶ ସାମଲ, ସୁବାସ ଚନ୍ଦ୍ର ମିଶ୍ର, ସୁଜିତ୍ ସାହୁ, ପଦ୍ମଲୋଚନ ପାତ୍ର, ନିର୍ବାଚିତ ହୋଇଥିଲେ ।

ସମ୍ପାଦକ ରୂପେ ଅନିତା ନାୟକ, ଦିଲ୍ଲୀପ କୁମାର ସାହୁ, ଅର୍ଜୁନ ଦାସ, ଦେବ କୁମାର ବର୍ମା, ଅଶ୍ବିନି ବନ୍ଦୋର, ନିଶାମଣୀ ପ୍ରଧାନ, ବିଶ୍ବଜିତ୍ ରଥ, ରୁଦ୍ର ଶକ୍ତି ମହାପାତ୍ର ନିର୍ବାଚିତ ହୋଇଛନ୍ତି । ସେହିପରି ସାଙ୍ଗଠନିକ ସମ୍ପାଦକ ରୂପେ ସୁଶାନ୍ତ କୁମାର ଜ୍ୟୋତିଷ, ପ୍ରିୟତମା ସାହୁ, ସରୋଜ କୁମାର ପଣ୍ଡା, ବିକ୍ରମ କେଶରୀ ଗିରି, ବିରେନ ଦାସିଆ, ଲୋପାମୁଦ୍ରା ସ୍ବାଇଁ, ପଦ୍ମ ଚରଣ ପାତ୍ର, ସମିତା ମହାପାତ୍ର, ବାସୁଦେବ ସାହୁ ନିର୍ବାଚିତ ହୋଇଥିଲେ । ସହ ସମ୍ପାଦକ ରୂପେ ରାମହରି ସାହୁ, ସୁବାଷ ଭୂୟାଁ, ସରସ୍ବତୀ ସେନାପତି, ରଶ୍ମିତା ଚୌଧୁରୀ ନିର୍ବାଚିତ ହୋଇଛନ୍ତି ।

ନବ ନିର୍ବାଚିତ ସଭାନେତ୍ରୀ ଶୁଶ୍ରୀ ମିନତୀ ମିଶ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଥିବା ଦୁଇଟି ଦାବୀକୁ ପୂରଣ କରିବା ପାଇଁ ରାଜ୍ୟ ମହାସଂଘ ଅକ୍ଲାନ୍ତ ପରିଶ୍ରମ କରିବ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ରାଜ୍ୟ ମହାସଂଘର ଅନ୍ୟାନ୍ୟ ପଦବି ପୂରଣ କରିବା ସହ କମିଟିର ସମ୍ପ୍ରସାରଣ କରିବାକୁ ସୂଚନା ଦେଇଥିଲେ । ସର୍ବଶେଷରେ ଶିକ୍ଷକ ପୂର୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.