ପୋଡ଼ିଗଲା ଟ୍ରାନ୍ସଫରମର; ୧୦ ଦିନ ହେଲା ଅନ୍ଧାରରେ ବୁର୍ଡା ଗାଁ, ନିରବ ପ୍ରଶାସନ !

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ବୁର୍ଡା ଗାଁ ଗତ ୧୦ ଦିନ ହେଲା ଅନ୍ଧାର ହୋଇପଡିଛି। ଏ ନେଇ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ ବିଭାଗଙ୍କୁ ଅବଗତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସୁଫଳ ମିଳି ପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶ ଯେ, ଏହି ଗାଁରେ ୩ ଗୋଟି ୱାର୍ଡ ରହିଥିବା ବେଳେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ହିତାଧିକାରୀ ବିଦ୍ୟୁତ ସଂଯୋଗ କରିଛନ୍ତି। ଟ୍ରାନ୍ସଫରମର ପୋଡି ଯିବା ଦ୍ୱାରା ଫଳରେ ଛାତ୍ରୀଛାତ୍ରମାନେ ପାଠ ପଢିବାରେ ବାଧା ସୃଷ୍ଟି ହୋଇଛି। ଏପରିକି ପାନୀୟ ଜଳ ଯୋଗାଣରେ ମଧ୍ୟ ବ୍ୟାହତ ଦେଖାଦେଇଛି। ଗାଁର ମହିଳାମାନେ ପିଇବା ପାଣି ପାଇଁ ୨/୩ କିମି ଦୂର ଯିବାକୁ ପଡିଛି।

Omkar Vasthu
Omkar Vasthu

ଏହା ସହିତ ରାତ୍ରି ସମୟରେ ବିଷାକ୍ତ ସାପ, ବିଛା ପ୍ରଭୁତି ବାହାରୁ ଥିବାରୁ ଲୋକେ ଭୟଭୀତ ଅବସ୍ଥା ରହୁଥିବା ଦେଖାଦେଇଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯଦି ଏ ଦିଗରେ ପ୍ରଶାସନ କୋୖଣସି  ପଦକ୍ଷେପ ଗ୍ରହଣ ନକରେ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ  ଦେଇଛନ୍ତି ଗ୍ରାମବାସୀ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.